ମାର୍ଚ୍ଚ ୨୫ରେ ବଡ଼ ପରଦାକୁ ଆସିବ ଆରଆରଆର

ଫିଲ୍ମ ଆରଆରଆର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା ଏସଏସ ରାଜମୌଲି। ୨୦୨୨ ମାର୍ଚ୍ଚ ୨୫ରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ହେବ ବୋଲି ଘୋଷଣା ହୋଇଛି । ଏହା ପୂର୍ବରୁ ‘ଆରଆରଆର’ର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚି ସାରିଛି। ପ୍ରଥମେ ଏହି ଫିଲ୍ମ ଜାନୁଆରୀ ୭ରେ ସିନେମାଘରେ ରିଲିଜ୍ ହେବାର ଥିଲା, ମାତ୍ର କରୋନା ପ୍ରକୋପ କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ନୂଆ ତାରିଖ ଘୋଷଣା ପରେ ସିନେପ୍ରେମୀଙ୍କ ମନ ଖୁସ୍ ହୋଇଯାଇଛି ।
ରାଜମୌଲିଙ୍କ ଏହି ଫିଲ୍ମ ‘ଆରଆରଆର’ ନର୍ଥ ଇଣ୍ଡିଆନ ରାଇଟ୍ସ ୧୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପଟେ ନର୍ଥ ଇଣ୍ଡିଆନ ଥିଏଟ୍ରିକଲ ରାଇଟ୍ସକୁ ପେନ ଇଣ୍ଡିଆ ରେକର୍ଡ ମୂଲ୍ୟରେ କିଣିଛି। ପେନ୍ ଇଣ୍ଡିଆ ନର୍ଥ ଇଣ୍ଡିଆନ ଥିଏଟ୍ରିକଲ, ଇଲେକ୍ଟ୍ରୋନିକ, ସାଟେଲାଇଟ୍ ଏବଂ ଡିଜିଟାଲ୍ ରାଇଟ୍ସ ମଧ୍ୟ କିଣିଛି। ଅର୍ଥାତ ଫିଲ୍ମଟି ରିଲିଜ୍ ନହେବା ପୂର୍ବରୁ ହିଁ ୮୯୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ଏଥିସହ ଫିଲ୍ମ ବାହୁବଳୀ-୨କୁ ମଧ୍ୟ ପଛରେ ପକାଇ ଦେଇଛି। ସୂଚନା ଯେ, ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ୟତୀତ ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ।
Powered by Froala Editor