‘କଚ୍ଚା ବାଦାମ’ ଗୀତ ଗାଇ ଟ୍ରୋଲ ହେଲେ ରାନୁ : ଲୋକେ କହିଲେ ‘କଞ୍ଚା ବଦନାମ୍’

ଦିନେ ସୋସିଆଲ ମିଡିଆର ସେସେନସନ୍ ପାଲଟିଥିବା ରାନୁ ମଣ୍ଡଲ ଏବେ କୌଣସି ନା କୌଣସି କାରଣକୁ ନେଇ ଟ୍ରୋଲ ହେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ଟ୍ରେଣ୍ଡ ଚାଲିଛି । ଗୀତଟି ଏତେ ଚର୍ଚ୍ଚାରେ ଅଛି ଯେ ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। ହେଲେ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଷ୍ଟାଇଲରେ ଗାଇଛନ୍ତି, ଯାହାକୁ ଶୁଣି ଲୋକମାନେ ବିରକ୍ତି ଭାବ ପ୍ରକାଶ କରିଛନ୍ତି ।
ଲୋକମାନେ ତାଙ୍କୁ ଥଟ୍ଟା, ପରିହାସ କରିବା ଆରମ୍ଭ କରି ଦେଇଛନ୍ତି। ଭିଡିଓରେ ଜଣେ ୟୁଜର ଲେଖିଛନ୍ତି, ଏହା କଚା ବାଦାମ ନୁହେଁ, କଞ୍ଚା ବଦନାମ୍। ପୂର୍ବରୁ ରାନୁ ସହଦେବ ଦରନ୍ଦୋଙ୍କ ଗୀତ ‘ବଚପନ୍ ନା ପ୍ୟାର’ ଗାଇଥିଲେ। ସେହି ସମୟରେ ମଧ୍ୟ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା। ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ହିମେଶ ରେଶମିୟା ଭୁଲ୍ କରିଦେଲେ । କିଛି ଲୋକ କହିଥିଲେ, ବାସ୍, ସେତିକି ଥାଉ, ଆପଣଙ୍କ ଦ୍ୱାରା ହୋଇପାରିବ ନାହିଁ।
Powered by Froala Editor