ବିଗ୍ ବସ୍ ସିଜିନ ୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ

‘ବିଗ୍ ବସ୍’ ସିଜିନ୍ ୧୫ର ବିଜେତା ହୋଇଛନ୍ତି ଟେଲିଭିଜନ୍ ଷ୍ଟାର ତେଜସ୍ୱୀ ପ୍ରକାଶ। ଏହି ‘ସୋ’ ଉପସ୍ଥାପକ ଚଳଚ୍ଚିତ୍ର ଅଭିନେତା ସଲ୍ମନ୍ ଖାନ୍ ବିଜୟିନୀ ତେଜସ୍ୱୀ ପ୍ରକାଶଙ୍କ ନାମ ଘୋଷଣା କରିଥିଲେ। ପୁରସ୍କାର ବାବଦକୁ ତାଙ୍କୁ ଏକ ଟ୍ରଫି ସହିତ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
‘ବିଗ୍ ବସ୍’ ୧୫ର ରନର ଅପ୍ ହୋଇଛନ୍ତି ଅଭିନେତା ତଥା ମଡେଲ ପ୍ରତୀକ ସେହଜପାଲ। ସେହିପରି ତେଜସ୍ୱୀଙ୍କ ବୟଫ୍ରେଣ୍ଡ ତଥା ଅଭିନେତା କରନ କୁନ୍ଦ୍ରା ତୃତୀୟ ସ୍ଥାନରେ ରହିଛନ୍ତି। ଅଭିନେତ୍ରୀ ସମିତା ଶେଟ୍ଟୀ ଚତୁର୍ଥ ସ୍ଥାନରେ ରହିଛନ୍ତି। ୫ମ ସ୍ଥାନରେ ଥିବା କୋରିଓଗ୍ରାଫର୍ ନିଶାନ୍ତ ଭଟ ଫାଇନାଲ୍ ରେସ୍ର ହଟିଯିବାକୁ ମନସ୍ଥ କରି୧୦ ଲକ୍ଷ ଟଙ୍କା ସହ ଘରକୁ ଫେରିଯାଇଥିଲେ।
ଏହି ‘ସୋ’ର ଫାଇନାଲ୍ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଶନିବାରେ ପ୍ରସାରିତ ହୋଇଥିବା ବେଳେ ରବିବାର ରାତି ୮ ପରେ ଦ୍ବିତୀୟ ପର୍ଯ୍ୟାୟ ପ୍ରସାରିତ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ବିଗ୍ ବସ୍ର ପୂର୍ବତନ ବିଜେତାମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଗୌହର ଖାନ୍, ଊର୍ବଶୀ ଢୋଲକିଆ, ଗୌତମ ଗୁଲାଟି, ରୁବାନି ଦିଲୈକ ଓ ଶ୍ୱେତା ତିୱାରୀ ଥିଲେ।
ସେହିପରି ବିଗ୍ ବସ୍ ସିଜିନ୍ ୧୩ର ଫାଇନାଲିଷ୍ଟ ଶେହନାଜ ଗିଲ୍ ମଧ୍ୟ ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇଥିଲେ। ଏଥିରେ ସେ ତାଙ୍କର ପୂର୍ବତନ ପ୍ରେମିକ ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କୁ ମନେ ପକାଇ ଉଭୟ ଶେହନାଜ ଓ ସଲମାନ କାନ୍ଦି ପକାଇଥିଲେ।
Powered by Froala Editor