ମେ’ ୫ ଯାଏଁ ଭୁବନେଶ୍ୱର କୋର୍ଟ ସିଲ
ଭୁବନେଶ୍ୱର: ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ କରାଯାଇଛି । ଆଜି ଠାରୁ ମେ’ ୫ ତାରିଖ ଯାଏଁ କୋର୍ଟକୁ ସିଲ କରାଯାଇଛି । ବିଏମସି ପକ୍ଷରୁ କୋର୍ଟକୁ ୭ ଦିନ ପାଇଁ ସିଲ କରାଯାଇଛି । କୋଭିଡ ପଜିଟିଭ ଚିହ୍ନଟ ପରେ ବିଏମସି ପକ୍ଷରୁ କୋର୍ଟ ସିଲ କରାଯାଇଛି ।
Powered by Froala Editor