ପପ୍ ଗାୟକ କ୍ରିସ୍ ବ୍ରାଉନ୍ରେ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା, ଜାଣନ୍ତୁ କ’ଣ କହିଲେ...

ନୂଆଦିଲ୍ଲୀ: ଲୋକପ୍ରିୟ ପପ୍ ଗାୟକ କ୍ରିସ୍ ବ୍ରାଉନ୍ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । କ୍ରିସ୍ ତାଙ୍କୁ ମୃଦ୍ୟୁ ପାନୀୟରେ ନିଶା ଦେଇ ବଳାତ୍କାର କରିଥିବା ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୀଡ଼ିତାଙ୍କ ଅନୁଯୋଗ ଅନୁଯାୟୀ, କ୍ରିସ୍ ୨୦୨୦ ଡିସେମ୍ବର ୩୦ରେ ତାଙ୍କୁ ମିୟାମି ପହଞ୍ଚିବାକୁ କହିଥିଲେ । ସେଠାକୁ ସେ ଯିବା ପରେ କ୍ରିସ୍ ତାଙ୍କୁ କିଛି ମୃଦ୍ୟୁ ପାନୀୟ ଦେଇଥିଲେ । ଏହାକୁ ପିଇବା ପରେ ମହିଳା ଜଣଙ୍କ ଅସ୍ଥିର ଅନୁଭବ କରିଥିଲେ । ଏହାର ଫାଇଦା ଉଠାଇଥିଲେ କ୍ରିସ୍ । ଏକ କୋଠରିକୁ ନେଇ ବଳାତ୍କାର କରିଥିଲେ । ଏହାର କ୍ଷତିପୂରଣ ପାଇଁ ପୀଡ଼ିତା ୨୦ ମିଲିୟନ୍ ଡଲାର ଦାବି କରିଛନ୍ତି ।
ଏନେଇ ସମ୍ପୃକ୍ତ ମହିଳାଙ୍କ ଓକିଲ କହିଛନ୍ତି, କ୍ରିସ୍ କେବଳ ବଳାତ୍କାର କରିନଥିଲେ । ସେ ମାଡ଼ ମଧ୍ୟ ମାରିଥିଲେ । ହେଲେ ପୀଡ଼ିତା ପୁଲିସ୍ ଭୟରେ ଏନେଇ କିଛି କହିନାହାନ୍ତି । ଆଗକୁ ଏନେଇ ଅନ୍ୟ ଏକ ମାମଲା ରୁଜୁ ହୋଇପାରେ ବୋଲି ସେ କହିଛନ୍ତି ।
ତେବେ ଏହି ଘଟଣାକୁ କ୍ରିସ୍ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୋର ଯେତେବେଳେ ବି କିଛି ନୂଆ ପ୍ରୋଜେକ୍ଟ ଆସେ ସବୁବେଳେ ଏତିକି ଅଭିଯୋଗ ଉଠେ । କିଛି ବିରୋଧୀ ମୋ ଗୋଡ଼ ଟାଣିବାକୁ ଚେଷ୍ଟା କରନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି । ଖୁବ୍ଶୀଘ୍ର ସବୁ ସତ୍ୟାସତ୍ୟ ଜଣାପଡ଼ିଯିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।
Powered by Froala Editor