ବିଲରେ ପଡ଼ିଲା ତାଲିମ ବିମାନ, ଲୋକେ ଉଠାଇ ଆଣି ରାସ୍ତାରେ ରଖିଦେଲେ
ଯାନ୍ତ୍ରୀକ ତ୍ରୁଟି ଯୋଗୁ ବିହାରର ବୋଧଗୟାରେ ଶୁକ୍ରବାର ଦିନ ଭାରତୀୟ ସେନାର ଏକ ହେଲିକପ୍ଟର ନିୟନ୍ତ୍ରଣ ହରାଇ ବିଲରେ ଖସି ପଡ଼ିଥିଲା । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଦୁଇ ଜଣ ପାଇଲଟ୍ ଏ କଥାକୁ ନେଇ ଖୁବ୍ ଚିନ୍ତିତ ଥିଲେ ଯେ, କ୍ଷେତରେ ପଡିଥିବା ବିମାନକୁ କେମିତି ନିଆଯିବ। ଏହା ଭିତରେ ସେଠାରେ ଉପସ୍ଥିତ ଲୋକମାନେ ହେଲିକପ୍ଟରକୁ ଠେଲିଠେଲି ଉଠାଇ ବିଲରୁ ଉଠାଇ ଆଣି ରାସ୍ତା ଉପରେ ରଖି ଦେଇଥିଲେ ।
ସୂଚନା ଅନୁସାରେ, ଗୟା ଆର୍ମି କ୍ୟାଣ୍ଟ୍ ଏଆରପୋର୍ଟରେ ସବୁଦିନ ଟ୍ରେନିଂ ପାଇଁ ହେଲିକପ୍ଟର ଉଡାଣ ଭରିଥାଏ। ଶୁକ୍ରବାର ସକାଳେ ବି ହେଲିକପ୍ଟରଟି ତାଲିମ ପାଇଁ ଉଡାଣ ଭରିଥିଲା। କିନ୍ତୁ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ଏକ ବିଲରେ ପଡିଥିଲା। ଏହା ଦେଖି ଆଖପାଖ ଗ୍ରାମର ଲୋକ ସେହି ସ୍ଥାନକୁ ପହଞ୍ଚି ଦୁଇ ଜଣ ପାଇଲଟଙ୍କୁ ଏଆରକ୍ରାଫ୍ଟରୁ ସୁରକ୍ଷିତ ଭାବେ ବାହାର କରିଥିଲେ।
Powered by Froala Editor