୪୨୫ ଟଙ୍କାରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ: ବଜାରରେ ମିଳିବ କରୋନା ଟିକା । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । ଅର୍ଥାତ ୪୨୫ ଟଙ୍କାରେ ବଜାରରେ ମିଳିବ କରୋନା ଟିକା । ଏହି ଦୁଇଟି ସଞ୍ଜୀବନୀର ଦର ନିର୍ଦ୍ଧାରଣ କରିବା ଲାଗି ଜାତୀୟ ଫାର୍ମାସୁ୍ୟଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏକୁ ଦିଆଯାଇଛି ନିଦେ୍ର୍ଧଶ । ଏହି ଟିକା ଯେପରି ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିଲାଗି ବି ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ଯ୍ୟ କରିବା ସକାଶେ ଏନପିପିଏକୁ ନିଦେ୍ର୍ଧଶ ଦିଆଯାଇଥିଲା ।
କୋଭିସିଲ୍ଡର ବଜାର ପ୍ରବେଶ ନେଇ ଗତ ଅକ୍ଟୋବର ୨୫ ତାରିଖରେ ଡିସିଜିଆଇଙ୍କ ନିକଟରେ ନିୟାମକ ବ୍ୟାପାର ନିଦେ୍ର୍ଧଶକ ପ୍ରକାଶ କୁମାର ସିଂ ଆବେଦନ କରିଥିଲେ । ସେହିପରି ଭାରତ ବାୟୋଟେକର ନିଦେ୍ର୍ଧଶକ ଭି.କ୍ରିଷ୍ଣମୋହନ ମଧ୍ୟ କୋଭାକ୍ସିନର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିଥିଲେ ।
Powered by Froala Editor