କୋଇଲା ଖଣି ଭୁଶୁଡ଼ିଲା, ପରିବାରର ୪ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗ ଆସାନସୋଲରେ ଦୁଃଖଦ ଘଟଣା ଘଟିଛି । ଆସାନସୋଲରେ ଥିବା ଖୋଲା କାଷ୍ଟ କୋଇଲା ଖଣିର ଏକ ଅଂଶ ଭୁଶୁଡ଼ିବାରୁ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଶ୍ୟାମଲ ବାଉରୀ, ପିଙ୍କି ବାଉରୀ, ଆନ୍ନା ବାଉରୀ ଏବଂ ନଟବର ବାଉରୀ ବୋଲି ଜଣାପଡିଛି । ଆହୁରି ଜଣେ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି । ଘଟଣା ନେଇ ଦୁଃଖପ୍ରକାଶ କରିଛନ୍ତି ତ୍ରିଣମୂଳ କଂଗ୍ରେସ ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ । ସେ କହିଛନ୍ତି ଯେ, ଏହି ଖଣିଟି ନଦୀଠାରୁ ପ୍ରାୟ ୧୫୦-୨୦୦ ଫୁଟ ଦୂରରେ ଅବସ୍ଥିତ । ଖଣିଟି ଅତି କମରେ ୩୦୦ ଫୁଟ ଗଭୀର ଅଟେ । ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ ।
ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଡେପୁଟି କମିଶନର ଅଭିଷେକ ଗୁପ୍ତା କହିଛନ୍ତି, ମୃତ ପରିବାର ଲୋକେ ଖଣି ନିକଟରେ ଥିବା ଏକ ଗାଁରେ ରହୁଥିଲେ । ତେବେ ମୃତକଙ୍କ ସମ୍ପର୍କୀୟ ଦୁଲାଲ ବାଉରୀ କହିଛନ୍ତି, ସେମାନେ ରୋଜଗାର ପାଇଁ କୋଇଲା ବାହାର କରିବା ପାଇଁ ଖଣି ଭିତରକୁ ଯାଇଥିଲେ ।
Powered by Froala Editor