ବ୍ରା ସାଇଜ୍ ବୟାନକୁ ନେଇ ବିବାଦରେ ଶ୍ୱେତା

ଟେଲିଭିଜନ ଅଭିନେତ୍ରୀ ଶ୍ବେତା ତିଓ୍ବାରୀଙ୍କ ଅଡୁଆ ବଢିବାରେ ଲାଗିଛି । ଭୋପାଳରେ ଏକ କାର୍ଯ୍ୟକ୍ରମରେ ଶ୍ୱେତା କହିଛନ୍ତି, ତାଙ୍କ ବ୍ରା ସାଇଜ୍ ଭଗବାନ ନିଅନ୍ତି । ଶ୍ୱେତାଙ୍କ ଏହି ବୟାନକୁ ମଧ୍ୟପ୍ରଦେଶରେ ନିଆଁ ଲାଗିଥିବା ବେଳେ ଏବେ ଦେଶବ୍ୟାପୀ ବିରୋଧର ସ୍ୱର ଉଠିଲାଣି । ଏପରିକି ମାମଲାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଓ୍ବେବ୍ ସିରିଜ୍କୁ ବୟକଟ୍ କରିବାକୁ ଅପିଲ୍ କରୁଛନ୍ତି ୟୁଜର ।
ସୂଚନାଯୋଗ୍ୟ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଶ୍ୱେତାଙ୍କ ଭଗବାନ ହେଉଛନ୍ତି, ୱେବ୍ ସିରିଜରେ ତାଙ୍କ ସହ ଅଭିନେତା ସୌରଭ ରାଜ ଜୈନ୍ । ସିରିଜରେ ଏକ ରୋଲ୍ ହେଉଛି ବ୍ରା ଫିଟର । ଯେଉଁ ଭୂମିକାରେ ଅଛନ୍ତି ସୌରଭ ଜୈନ୍ । ପୂର୍ବରୁ ସୌରଭ ମହାଭାରତ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ନଜର ଆସିଛନ୍ତି । ଏବେ ଶ୍ରୀକୃଷ୍ଣ ଚରିତ୍ରରୁ ସିଧା ବ୍ରା ଫିଟର ଭୂମିକାକୁ ନେଇ ମଞ୍ଚ ସଞ୍ଚାଳକ ପ୍ରଶ୍ନ କରିଥିଲେ । ଆଉ ଏହାରି ଭିତରେ ହସି ହସି ଶ୍ୱେତା କହିଥିଲେ ସିରିଜରେ ଭଗବାନ ମୋ ବ୍ରାର ସାଇଜ୍ ନେଉଛନ୍ତି । ଆଉ ଶ୍ୱେତାଙ୍କ ଏହି ବୟାନକୁ ଦେଶବ୍ୟାପୀ ବେଶ୍ ବିବାଦ ଦେଖିବାକୁ ମିଳିଛି ।
ମଜାକରେ ଶ୍ୱେତା ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରୁ ସମାଜ ସବୁଠି ପ୍ରତିବାଦର ସ୍ୱର ଉଠିଛି । ଭିଡିଓ ଭାଇରାଲ୍ ହେବା ସହ ବିଭିନ୍ନ ସଂସ୍କୃତି ବଞ୍ଚାଅ ମଞ୍ଚ ଭୋପାଳରେ ଗୁରୁବାର ଶ୍ୱେତାଙ୍କ ଫୋଷ୍ଟର ଓ ଫଟୋ ଜାଳି ପ୍ରତିବାଦ କରିଛନ୍ତି ।
Powered by Froala Editor