ମାଷ୍ଟର କ୍ୟାଣ୍ଟିନ ଛକରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: କରୋନା ମହାମାରୀ ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାସହିତ କରୋନାର ନୂଆ ଭାରିଆ ଓମିକ୍ରନର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ଏଥିପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ପିଲାମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ ନିକଟରେ ଗଣଶିକ୍ଷା ମନ୍ତ୍ରୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ ବୋଲି ଘୋଷଣା କରିଥିଲେ ।
ଆଜି ଏହାର ପ୍ରତିବାଦ କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଚକଠାରେ ଶତାଧିକ +୨ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦ୍ୱାଦଶ ବୋର୍ଡ(+୨) ପରୀକ୍ଷା ବାତିଲ ଦାବିରେ ଗର୍ଜୁଛନ୍ତି ଛାତ୍ରଛାତ୍ରୀ । ଓଡିଶାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି ।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ଅନଲାଇନ୍ କ୍ଲାସ ସଠିକ୍ ଭାବେ ହୋଇନାହିଁ ଓ ସିଲାବସ୍ ମଧ୍ୟ ଶେଷ ହୋଇନାହିଁ । ଏଥିପାଇଁ ପରୀକ୍ଷା ବାତିଲ କରିବାକୁ ସେମାନେ ଦାବି କରିଛନ୍ତି ।
Powered by Froala Editor