ପାଠ ପଡ଼ିବେ ଛାତ୍ରଛାତ୍ରୀ, ଆଜିଠୁ ୟୁଟୁ୍ୟବରେ କ୍ଲାସ

ମହାମାରୀ କରୋନା ଭାଙ୍ଗିଛି ସାରା ବିଶ୍ୱର ମେରୁଦଣ୍ଡ । କିନ୍ତୁ ସେହି ଭିତରେ ଉଠି ଠିଆ ହେବାକୁ ଚେଷ୍ଟା କରୁଛନ୍ତି ସମସ୍ତ ରାଷ୍ଟ୍ର । ଅର୍ଥନୀତି,ଶିକ୍ଷା,ବାଣିଜ୍ୟ ବ୍ୟବସାୟ ଆଦି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ଦେଶ । ସେହିପରି ଆମ ରାଜ୍ୟ ଓଡ଼ିଶା ମଧ୍ୟ କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେଇନାହିଁ । କରୋନାକୁ ମାତ ଦେବାକୁ ଅଣ୍ଟା ଭିଡ଼ୁଛନ୍ତି ସରକାର । କରୋନା ର ନୂଆ ଭାରିଏଣ୍ଟ ଯୋଗୁଁ ଅଧିକ ପ୍ରଭାବ ପକାଇଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ୟୁଟ୍ୟୁବରେ ପାଠପଢା । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ହେବ ନିୟମିତ କ୍ଳାସ୍ । ଏନେଇ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆ ନିୟମ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ କରାଯିବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ । ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ୱାଟସ ଅପ୍ ଗ୍ରୁପ୍ ମାଧ୍ୟମରେ ଶେଆର କରାଯିବ । ପ୍ରତି କ୍ଳାସର ସମୟ ୩୦ ମିନିଟ୍ ରଖାଯାଇଛି। ରାଜ୍ୟର ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ କେତେ ଉପକୃତ ହେବେ ତାହା ଆଗକୁ ଜଣାପଡ଼ିବ ।
Powered by Froala Editor