ତିନି ଦିନ ଥରାଇବ ଜାଡ
ଭୁବନେଶ୍ୱର: ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ । ଆଗାମୀ ତିନି ଦିନ ଥରାଇବ ଜାଡ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଲହରୀ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲିଠାରୁ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହରୀ ଦେଖାଦେଇପାରେ । ସେହିପରି ୨୯ ତାରିଖରେ ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଶୀତ ହୋଇପାରେ ବୋଲି କୁହାଯାଇଛି ।
ଅନ୍ୟପଟେ ରାଜ୍ୟରେ କିଛି ଦିନ ଘନ କୁହୁଡି ହେବାର ଆଶଙ୍କା ରହିଛି । ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
Powered by Froala Editor