ବିଗ୍ବସ୍ରେ ପୁଣି ଥରେ ନଜର ଆସିବେ ଚୁଲ୍ବୁଲି ଶେହନାଜ୍ ଗିଲ୍

ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ନାୟିକା ଶେହନାଜ୍ ଗିଲ୍ ପୁଣି ଥରେ ବିଗ୍ବସ୍ରେ ନଜରକୁ ଆସିବେ । ମିଠା ମିଠା କଥା କହିବେ । ଆଉ ମଜାଳିଆମି କରିବେ । ତାଙ୍କ ପିଲାଳିଆମି କମେଡିରେ ମତୁଆଲା ହେବେ ଦର୍ଶକ । ଏହି ଖବର ଜଣାପଡ଼ିବା ପରେ ଏବେ ଫ୍ୟାନ୍ସମାନଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା । ଶେହନାଜ୍ ବି ଏଥିପାଇଁ ବେଶ୍ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।
ବିଗ୍ବସ୍ର ସିଜିନ୍-୧୫ର ଫାଇନାଲ୍ରେ ଦମ୍ଦାର୍ ଏଣ୍ଟ୍ରି ମାରିବେ ଶେହନାଜ୍ । ଏଥିପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ସବୁ ପ୍ରକାର ଆୟୋଜନ ହୋଇଛି । ଅପେକ୍ଷା କେବଳ ଶୋ’କୁ ।
ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡ଼ିଥିଲେ ଶେହନାଜ୍ । କିଛି ସମୟ ପର୍ଯ୍ୟନ୍ତ ସେ ନିଜକୁ ସମ୍ଭାଳି ପାରିନଥିଲେ । ବେଶ୍ ମନସ୍ତାପରେ ରହିଥିଲେ । ସବୁ କାମ ଛାଡ଼ି ଦେଇଥିଲେ । ଏବେ ନିଜକୁ ସମ୍ଭାଳିକା ଆରମ୍ଭ କରିଛନ୍ତି । ପୁଣି ଥରେ ଲାଇଟ୍, କ୍ୟାମେରା, ଆକ୍ସନକୁ ଫେରିବାକୁ ଚିନ୍ତା କରିଛନ୍ତି । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଖବର ମିଳିଛି । ଶେହନାଜ ଏଠାରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହିତ ଦେଖା ହୋଇଥିଲେ । ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି ।
ସିଦ୍ଧାର୍ଥ ଏବଂ ଶେହନାଜ ବିଗ୍ବସ୍ ୧୩ରେ ଦେଖିବାକୁ ମିଳିଥିଲେ । ସେହି ସିଜିନରେ ଦୁହେଁ ପରସ୍ପରକୁ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟ ପ୍ରେମ ମଧ୍ୟ ଗଢି ଉଠିଥିଲା । ଆଉ ଦୁହିଁଙ୍କ ଯୋଡି ବିଗବସ୍ ହାଉସରେ ସିଡ୍ନାଜ ନାମରେ ବେଶ ଲୋକପ୍ରିୟ ହୋଇଥିଲା । ଫ୍ୟାନ୍ସଙ୍କୁ ମଧ୍ୟ ଦୁହିଁଙ୍କର କେମେଷ୍ଟ୍ରି ଖୁବ୍ ପସନ୍ଦ ଆସିଥିଲା ।
Powered by Froala Editor