Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ...

  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ...

  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ...

  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ...

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ...

  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ...

  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଦେଶର ପ୍ରଥମ ସିଡ଼ିଏସ୍ ପାଇବେ ପଦ୍ମ ବିଭୂଷଣ

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଦେଶର ପ୍ରଥମ ସିଡ଼ିଏସ୍ ପାଇବେ ପଦ୍ମ ବିଭୂଷଣ

2022-01-26 07:52:37
15042
Share:
Facebook
Twitter
E-Mail
WhatsApp
Telegram
ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଦେଶର ପ୍ରଥମ ସିଡ଼ିଏସ୍ ପାଇବେ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ନିକଟରେ ହେଲିକପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡ଼ିଏସ୍ ପାଇବେ ପଦ୍ମ ବିଭୂଷଣ । ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଦେଶର ପ୍ରଥମ ସିଡିଏସ୍ ଦିବଙ୍ଗତ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ବାୟୁସେନାର ଆଉ କିଛି ବରିଷ୍ଠ ଅଧିକାରୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ଦିବଙ୍ଗତ ରାଧେଶ୍ୟାମ ଖେମକା ଏବଂ ମହାରାଷ୍ଟ୍ରର ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ।
ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ସେଥିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାମ, ଭିକ୍ଟର ବାନାର୍ଜୀ (କଳା), ପାରାଆଥଲେଟ୍ ଦେବେନ୍ଦ୍ର ଝାଝାରିଆ, ରାଶିଦ୍ ଖାନ୍ (କଳା), ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (ଜନ ବ୍ୟାପାର), ଓଡ଼ିଶାର ପ୍ରତିଭା ରାୟ (କଳା ଓ ଶିକ୍ଷା) ଅନ୍ୟତମ ନାଁ ରହିଛି।

୨୦୨୧ ବର୍ଷ ପାଇଁ ମୋଟ ୧୧୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ସୁମିତ୍ ଅନ୍ତିଲ, ପ୍ରମୋଦ ଭଗତ, ନୀରଜ ଚୋପ୍ରା, ଶଙ୍କରନାରାୟଣ ମେନନ୍ ଚୁଣ୍ଡାୟିଲ, ଫୈଜଲ ଅଲୀ ଦାର୍, ହକି ଖେଳାଳି ବନ୍ଦନା କଟାରିୟା, ଅବନୀ ଲେଖରା, ବ୍ରହ୍ମାନନ୍ଦ ଶଙ୍ଖୱାଲକର ଆଦି ପଦ୍ମଶ୍ରୀ ପୁରସ୍କାର ପାଇବେ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୮ ତାରି ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବରୁଣଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।

Powered by Froala Editor

Tags Padma bibhusana

Related articles Odisha News Lens 4.1

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

    14196
    Oct 09, 2025
  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ
    ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14789
    Oct 09, 2025
  •  ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....
    ବିଶେଷ

    ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025
  • ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା
    ଦେଶ-ଦେଶାନ୍ତର

    ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

    14986
    Oct 09, 2025
  • ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି
    ଦେଶ-ଦେଶାନ୍ତର

    ୟୁକେ ମାର୍ଟଲେଟ୍ ମିସାଇଲ୍ କିଣିବ ଭାରତ : ୪୬୮ ବିଲିଅନ ଡଲାରର ପ୍ରତିରକ୍ଷା ଚୁକ୍ତି

    14458
    Oct 09, 2025
  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍
    ଦେଶ-ଦେଶାନ୍ତର

    ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

    14414
    Oct 08, 2025
  • ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ
    ଦେଶ-ଦେଶାନ୍ତର

    ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

    14319
    Oct 09, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ
    ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13738
    Oct 09, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ
    ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    14958
    Oct 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13738
    Oct 09, 2025
  • ଦେଶ-ଦେଶାନ୍ତର

    ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

    14414
    Oct 08, 2025
  • ଦେଶ-ଦେଶାନ୍ତର

    ଶାହରୁଖଙ୍କୁ ହାଇକୋର୍ଟଙ୍କ ସମନ

    14319
    Oct 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17229
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15683
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15428
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14049
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14229
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15267
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14260
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14058
    Sep 16, 2025
  • ଶସ୍ତା ହେଲା ସୁନା

    14388
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14957
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

    14196
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    14958
    Oct 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In