ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ‘ଆପଣ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା’ । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ‘ଆମର ଗଣତନ୍ତ୍ର ମୂଲ୍ୟବୋଧର ଏକ ସମନ୍ୱିତ ଅଭିବ୍ୟକ୍ତି ଏବଂ ଭାରତର ସମ୍ବିଧାନ ଏବଂ ବିବିଧତା ମଧ୍ୟରେ ଆମର ଏକତା । ଆସନ୍ତୁ ଏକ ଶ୍ରେଷ୍ଠ ଭାରତ-ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ କରିବାକୁ ସ୍ଥିର କରିବା । ଜୟ ହିନ୍ଦ!’
ଏହା ସହିତ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାକର୍ମୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ସୁରକ୍ଷା କର୍ମୀମାନେ ରାସ୍ତାରେ ଯାଉଥିବା ଯାନ ଗୁଡିକୁ ଯାଞ୍ଚ କରୁଛନ୍ତି ।
Powered by Froala Editor