୩ କନଷ୍ଟେବଳ ଗିରଫ

ଭୁବନେଶ୍ୱର: କମିଶନରେଟ ପୁଲିସ ଆଜି ଓୟୋ ରୁମରେ ବେଟିଂ ଚାଲିଥିବାବେଳେ ଚଢଉ କରିଥିଲା । ତେବେ ଏହି ବେଟିଂ ପଛର ଗୁମର ଖୋଲିଛନ୍ତି ଭୁବନେଶ୍ୱର ଡିସିପି । ଅଙ୍ଗାଡ଼ିଆ ସ୍କିମ ନାମରେ ଏକ ବଡ଼ଧରଣର ଠକେଇ ହେଉଥିବାବେଳେ ଉକ୍ତ ଓୟୋ ରୁମରେ କରଞ୍ଜିଆ ବ୍ୟବସାୟୀଙ୍କୁ ଡକାଇ ଠକିବା ଯୋଜନା ଥିଲା । ୧ କୋଟି ଦେଲେ ଦେଢ କୋଟି ମିଳିବ ବୋଲି କହି ଉକ୍ତ ହୋଟେଲକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଡକାଇଥିଲେ । ଏନେଇ ସୂଚନା ପାଇ ପୁଲିସ ଚଡଉ କରି ୯ ଜଣଙ୍କୁ ଗିରଫ କରିଛି । ତେବେ ସବୁଠୁ ବଡ଼ କଥା ହେଲା ଗିରଫ୯ ଜଣଙ୍କ ମଧ୍ୟରେ ୩ ଜଣ ପୁଲିସ କନଷ୍ଟେବଳ ରହିଥିବା ଜଣାଯାଇଛି । ଓୟୋ ହୋଟେଲରୁ ମୋଟ ୯୯ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି ।
ପ୍ରଥମେ ମିଳିଥିବା ସୂଚନା ଅନୁଯାୟୀ ଓୟୋ ରୁମରେ ବେଟିଂ ଚାଲିଥିବାବେଳେ ପୁଲିସ ଚଢଉ କରିଥିଲା । ଏହି ଅବସରରେ ପୁଲିସ ଗୋଟିଏ କାର ସହ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ଘର ଝାରଖଣ୍ଡ ଓ ଭୁବନେଶ୍ୱରରେ ବୋଲି ସୂଚନା ମିଳିଥିଲା । ତେବେ ପୁଲିସ ଏହାର ଖୋଳତାଡ଼ କରିବା ପରେ ଉପରୋକ୍ତ ନୂଆ ତଥ୍ୟ ସାମନାକୁ ଆସିଛି ।
Powered by Froala Editor