ଆଜି ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର ରାଜପଥରେ ଆୟୋଜିତ ହେବ ପରେଡ । ଦିନ ୧୦.୩୦ ରେ ରାଜପଥରେ ଆୟୋଜିତ ହେବ ପରେଡ । ଦିଲ୍ଲୀ ରାଜପଥରେ ସାରା ଦେଶ ଦେଖିବ ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ପ୍ରଦର୍ଶିତ ହେବ ବିଭିନ୍ନ୍ ରାଜ୍ୟରେ ପ୍ରଜ୍ଞାପନ ମେଢ ।
ସୂଚନା ମୁତାବକ, ୧୬ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଓ ୧୭ ସାମରିକ ବ୍ୟାଣ୍ଡ୍ ପରେଡରେ ସାମିଲ ହେବ । ଚଳିତ ବର୍ଷ ପରେଡରେ ଦୁଇଜଣ ପରମବୀର ଚକ୍ର ଓ ଜଣେ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ସୈନ୍ୟ ଉପସ୍ଥିତ ରହିବେ । ତାହାଛଡା ତିନି ବାହିନୀର ପ୍ରତିନିଧି, ସିଆର୍ପିଏଫ୍, ସିଆଇଏସ୍ଏଫ୍, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ସୀମା ବଳ କାର୍ୟ୍ୟକ୍ରମରେ ସାମିଲ ହେବେ । ଏହାବ୍ୟତୀତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ କାର୍ୟ୍ୟକ୍ରମରେ ସାମିଲ ହେବେ ।
Powered by Froala Editor