ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ
ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀମାନେ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେଣ୍ଟ୍ରାଲ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଏହି ଆକ୍ରମଣ କରାଯାଇଛି । ଏହି ଘଟଣା ପରେ ବର୍ତ୍ତମାନ ପାଇଁ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସହ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ଉପରେ ଏହି ଆକ୍ରମଣ କରାଯାଇଥିଲା, କିନ୍ତୁ ଏଥିରେ ସାଧାରଣ ନାଗରିକ ଆହତ ହୋଇଥିଲେ।
ଏପଟେ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା ମିଳିଛି । ସ୍ପେଶାଲ ସେଲ୍ ପକ୍ଷରୁ ଚଢାଉ କରାଯାଇ ଅସ୍ତ୍ରଶସ୍ତ୍ର ସହ ଏକ ଗ୍ୟାଙ୍ଗକୁ କାବୁ କରାଯାଇଛି । ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ରବି ଖାନ ଏବଂ ମଧ୍ୟ ପ୍ରଦେଶର ରାହୁଲ ସିଂହ । ପୋଲିସ ସେମାନଙ୍କ ନିକଟରୁ ୨୫ଟି ସେମି ଅଟୋମେଟିକ୍ ପିସ୍ତଲ, ମୋବାଇଲ ଫୋନ ଜବତ ଅନେକ ସିମ୍ କାର୍ଡ ଜବତ କରିଛି । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବଡ ଧରଣର ଅପରାଧିକ କାର୍ଯ୍ୟକଳାପ କରିବାକୁ ଏମାନେ ଯୋଜନା କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
Powered by Froala Editor