ବାପା ହେବେ ଆଦିତ୍ୟ : ଶ୍ୱେତାଙ୍କ ସହ ସେୟାର କଲେ ଫଟୋ

ବାପା ହେବେ ସିଙ୍ଗର ତଥା ଆଙ୍କର ଆଦିତ୍ୟ ନାରାୟଣ। ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।ଫଟୋରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି । ଯେଉଁଥିରେ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ବେବି ବମ୍ପ ସହ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଆଦିତ୍ୟ ଲେଖିଛନ୍ତି, ଶ୍ୱେତା ଏବଂ ମୁଁ ଆପଣ ସମସ୍ତ ଆଶୀର୍ବାଦ ସହିତ ଖୁବ୍ ଶୀଘ୍ର ଆମର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ । ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ମୁଁ ପିଲାମାନଙ୍କୁ ଖୁବ୍ ଭଲ ପାଏ ଏବଂ ମୋର ବହୁତ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏବେ ଶ୍ୱେତାଙ୍କ ଉପରେ କାମର ଚାପ ବଢ଼ିଯିବ। କାରଣ ମୁଁ ବି କୌଣସି ପିଲାଠୁ କମ୍ ନୁହେଁ। ଆଉ କିଛି ଦିନରେ ଆମ ଘର ଏନର୍ଜୀରେ ଭରପୁର ହୋଇଯିବ। ଏଥିପାଇଁ ମୁଁ ଖୁବ୍ ଏକ୍ସସାଇଟେଡ୍ ଥିବା ବେଳେ ଖୁସିରେ ମୋ ପାଦ ତଳେ ଲାଗୁନି ବୋଲି କହିଛନ୍ତି ଆଦିତ୍ୟ।
ଖୁବ୍ ଶୀଘ୍ର ପରିବାର ସଦସ୍ୟଙ୍କ ଗହଣରେ ଶ୍ୱେତାଙ୍କ ‘ଗୋଦଭରାଇ’ ସେରିମନି ଧୁମଧାମରେ ପାଳନ କରାଯିବ କିନ୍ତୁ କୋଭିଡ ସଂକ୍ରମଣ ଯୋଗୁ ଅଳ୍ପ ଲୋକରେ ଏହି ଉତ୍ସବ ପାଳନ କରାଯିବ ବୋଲି କହିଛନ୍ତି ଆଦିତ୍ୟ।
Powered by Froala Editor