ଉପରାଷ୍ଟ୍ରପତି ପୁଣି ଥରେ କରୋନା ଆକ୍ରାନ୍ତ
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ତାଙ୍କ ସଚିବାଳୟ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିବା ବେଳେ ନିଜକୁ ଗୋଟେ ସପ୍ତାହ ପାଇଁ ଆଇସୋଲେଟ କରି ରଖିବେ ବୋଲି କହିଛନ୍ତି। ଏବେ ସେ ହାଇଦ୍ରାବାଦରେ ଥିବା ବେଳେ ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇନେବାକୁ କହିଛନ୍ତି।
ଉପରାଷ୍ଟ୍ରପତି ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ରବିବାର ସେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏ ଅବସରରେ ସେ କହିଥିଲେ ଯେ, ନେତାଜୀ ଦେଶମାତୃକା ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତା’ର ପଟାନ୍ତର ନାହିଁ । ତାଙ୍କ ବୀରତ୍ୱ ଓ ତ୍ୟାଗ ପାଇଁ ସମଗ୍ର ଦେଶ ତାଙ୍କୁ ମନେ ରଖିଛି ଓ ରଖିବ । ପରାକ୍ରମ ଦିବସରେ ଦେଶବାସୀ ତାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ।
ସୂଚନା ଯେ, ଏହା ପୂର୍ବରୁ ୨୦୨୦ରେ ମଧ୍ୟ ଭେଙ୍କିଆ ନାଇଡୁ କରୋନା ଆକ୍ରାନ୍ତ ହୋଇଥିଲେ। ସେପ୍ଟେମ୍ବର ୨୯, ୨୦୨୦ରେ ତାଙ୍କ ସଚିବାଳୟ ଟ୍ୱିଟର ମାଧ୍ୟମରେ ସେ କରୋନା ଆକ୍ରାନ୍ତ ଥିବା ନେଇ ସୂଚନା ଦେଇଥିଲେ।
Powered by Froala Editor