ପୁଣି ଏକାଠି ହେବେ କି ସାମନ୍ଥା-ନାଗା ଚୈତନ୍ୟ !

ପୁଣି ଏକାଠି ହେବେ ସାମନ୍ଥା ଓ ନାଗା ଚୈତନ୍ୟ । କିଛି ଦିନ ତଳେ ଅଲଗା ହୋଇଥିବା ଏହି ଯୋଡି କୁଆଡେ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ଚାଲିଛି । ସାମନ୍ଥାଙ୍କ ହାବଭାବରୁ ସେ ପ୍ୟାଚଅପ୍ ମୁଡରେ ଥିବା ପରି ଲାଗୁଛି। ସ୍ୱାମୀଙ୍କ ସହ ଛାଡପତ୍ର ବିଚ୍ଛେଦକୁ ନେଇ ନିଜେ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଥିବା ବେଳେ ଏବେ ସେହି ଟ୍ୱିଟକୁ ଡିଲିଟ କରି ଦେଇଛନ୍ତି ।
ନିକଟରେ ଏକ ସାକ୍ଷାତକାର୍ରେ ନାଗା ଚୈତନ୍ୟ ସାମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ, ‘ଭିନ୍ନ ହେବା ଠିକ୍ ଥିଲା। ଏହା ଆପୋସ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଥିଲା, ଯାହା ଦୁଇ ଜଣଙ୍କ ଖୁସି ପାଇଁ ନିଆଯାଇଛି। ଯଦି ସେ ଖୁସି ଅଛନ୍ତି ତାହାଲେ ମୁଁ ଖୁସି ଅଛି, ଏଭଳି ପରିସ୍ଥିତିରେ ଛାଡପତ୍ର ଏକ ଭଲ ନିଷ୍ପତ୍ତି।’ ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି କରିଛି ପୋଷ୍ଟ ଡିଲିଟ୍ ହୋଇଛିମାନେ କଣ ଦୁହେଁ ପୁଣି ଥରେ ଏକାଠି ହେବେ କି ?
Powered by Froala Editor