ଶୀତ ଦିନରେ ବେହାଲ କଲାଣି ବର୍ଷା, ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: ଶୀତ ଦିନରେ ବେହାଲ କଲାଣି ବର୍ଷା । ଦେଶରେ ପ୍ରବଳ ଶୀତ ଜାରି ରହିଥିବା ବେଲେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ନଜର ଆସିଛି । ଦିଲ୍ଲୀ ସମେତ ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ ଓ ପଶ୍ଚିମ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ଦେଖିବାକୁ ମିଳିିଛି । ସବୁଠୁ ବଡ଼ କଥା ହେଉଛି ଏହି ଶୀତ ଋତୁର ବର୍ଷା ଦିଲ୍ଲୀରେ ୩୨ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଶନିବାର ପାଖାପାଖି ୭୦ ମିଲିମିଟର ବର୍ଷା ହୋଇଛି । ଯାହା କି ୩୨ ବର୍ଷର ରେକର୍ଡ ବୋଲି ଭାରତୀୟ ପାଣିବାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତାହାଛଡ଼ା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଭାରତରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ୧୯୮୯ ମସିହା ଜାନୁଆରୀ ମାସରେ ପ୍ରବଳ ବର୍ଷା ହୋଇଥିଲା । ଯାହା କି ୭୯.୭ ମିଲିମିଟର ବର୍ଷା ବୋଲି ରେକର୍ଡ କରାଯାଇଥିଲା।
Powered by Froala Editor