କରୋନା: ନିଜ ବିବାହ ଘୁଞ୍ଚାଇଲେ ପ୍ରଧାନମନ୍ତ୍ରୀ
ୱାସିଂଟନ୍: କରୋନା ପାଇଁ ନିଜ ବିବାହ ଘୁଞ୍ଚାଇଲେ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ବିଶ୍ୱରେ କରୋନା ତାର ପୁଣି କାୟା ମେଲାଉଛି । ଏହି ସମୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନ କରୋନା ପାଇଁ ନିଜ ବିବାହ ଘୁଞ୍ଚାଇଥିବା ଜଣାପଡ଼ିଛି । ନ୍ୟୁଜିଲାଣ୍ଡରେ କରୋନା ବର୍ତ୍ତମାନ ତାଣ୍ଡବ ରଚୁଛି । ଏଥିଲାଗି ନ୍ୟୁଜିଲାଣ୍ଡରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଥିବା ବେଳେ, ମାସ୍କ ଓ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି । ଲୋକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ମନାକରାଯାଇଛି । ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନଙ୍କ କହିବା ଅନୁଯାୟୀ, କରୋନା ଯୋଗୁ ନ୍ୟୁଜିଲାଣ୍ଡବାସୀ ଦୁଃଖର ସହ ଗତିକରୁଛନ୍ତି । ଯେଉଁ ଲୋକ କରୋନାରେ ପୀଡ଼ିତ ହୋଉଛନ୍ତି ସେମାନେ ତାଙ୍କ ପରିବାର ଠାରୁ ଦୂରେଇ ହୋଇ ରହୁଛନ୍ତି । ଯାହା ଆମକୁ ବହୁତ କଷ୍ଟ ଦେଉଛି । ମୁଁ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ନୁହେଁ ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି । ତାହା ସହ ନ୍ୟୁଜିଲାଣ୍ଡରେ ରେଷ୍ଟୁରାଣ୍ଟ ଓ ବିବାହ କାର୍ଯ୍ୟକ୍ରମରେ ୧୦୦ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିଛି ।
Powered by Froala Editor