ଅଗ୍ନିକାଣ୍ଡ:୭ ମୃତ, ୧୫ ରୁ ଅଧିକ ଆହତ
ମୁମ୍ବଇ : ମୁମ୍ବଇର ତାରଦେବ ଅଞ୍ଚଳରେ ଥିବା ଏକ ହସ୍ପିଟାଲ ନିକଟରେ ଥିବା ୨୦ ମହଲା କୋଠାରେ ଆଜି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ଏହାସହ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ୟ୍ୟ ଆରମ୍ଭ କରିଥିଲେ। ଦମକଳ କର୍ମଚାରୀଙ୍କ କହିବାନୁଯାୟୀ, ଆଜି ସକାଳ ୭ଟା୨୮ରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ୧୩ ଦମକଳ ଗାଡି ନିୟୋଜିତ ହୋଇଥିଲା। ୨୦ ମହଲା ବିଶିଷ୍ଟ ଏହି କୋଠାର ୧୮ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor