ଭୟଙ୍କର ଅଗ୍ନିକାଣ୍ଡ,୨୦ମହଲା କୋଠାରେ ଲାଗିଲା ନିଆଁ
ମୁମ୍ବାଇ: ମୁମ୍ବାଇର ଟାର୍ଡେଓ ଅଞ୍ଚଳ ଗୋୱାଲିଆ ଟ୍ୟାଙ୍କର ଗାନ୍ଧୀ ହସ୍ପିଟାଲ ନିକଟରେ ଏକ ୨୦ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ଏହା ସହିତ ୨୦ଜଣ ଆହାତ ହୋଇଥିବା ଜଣାପଡିଛି । ଆଜି ସକାଳେ ଉକ୍ତ କୋଠାର ଅଷ୍ଟମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୨୦ଜଣ ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଭାଟିଆ ହସ୍ପିଟାଲଳୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକସôା ଜାରି ରହିଛି ।
ଖବର ପାଇ ମୁମ୍ବାଇର ଅଗ୍ନିଶମ ବହାନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାକୁ ଲିଭେଲÿ-୩ ଅଗ୍ନିକାଣ୍ଡ ବୋଲି କହିଛି ଅଗ୍ନିଶମ ବିଭାଗ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି ।
Powered by Froala Editor