ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଜୟ ଭୀମ’ ଏବେ ଓସ୍କାର ଦୌଡ଼ରେ
ହିଟ୍ ଲିଷ୍ଟରେ ଥିବା ଫିଲ୍ମ ‘ଜୟ ଭୀମ’ ଏବେ ଓସ୍କାର ଦୌଡରେ ସାମିଲ ହୋଇଛି । ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଗୌରବର କଥା । ସାଉଥ ଅଭିନେତା ସୂର୍ଯ୍ୟାଙ୍କ ପ୍ରଡକ୍ସନ ହାଉସ ୨ଡି ଏନେଇ ନିଜ ଟ୍ୱିଟ୍ର ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛି।
ସୂଚନା ମୁତାବକ,ଫିଲ୍ମ ‘ଜୟ ଭୀମ’ ନଭେମ୍ବର ୨ ତାରିଖରେ ଆମାଜନ ପ୍ରାଇମରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଥିଲା। ୧୯୯୩ର ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ, ଯେଉଁଠି ଆଇନଜୀବୀ ଚନ୍ଦ୍ରୁ ଇରୁଲାର ଜନଜାତିର ଦମ୍ପତି ରାଜକନ୍ନୁ ଓ ସେଙ୍ଗାନି ପାଇଁ କେସ୍ ଲଢ଼ିଥିଲେ। ଏହି ଫିଲ୍ମରେ ଇରୁଲାର ଜନଜାତିର ସଦସ୍ୟଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଜେଲରେ ନିର୍ଯାତନାର ଶିକାର ହୋଇଥିଲେ। ଫିଲ୍ମରେ ଅଭିନେତା ସୂର୍ଯ୍ୟା ଓକିଲ ଚନ୍ଦ୍ରୁ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ବ୍ୟତୀତ ଫିଲ୍ମରେ ପ୍ରକାଶ ରାଜ, ରାଓ ରମେଶ, ରାଜିଶ ବିଜୟନ୍ ଏବଂ ଲିଜୋ ମୋଲ ଜୋସ୍ ମଧ୍ୟ ଅଛନ୍ତି। ଏହି ଫିଲ୍ମକୁ ଟିଜେ ଜ୍ଞାନୱେଲ ନିର୍ଦ୍ଦେଶନା ଦେଇଛନ୍ତି। କେବଳ ‘ଜୟ ଭୀମ’ ନୁହେଁ ମଲୟାଲମ ଫିଲ୍ମ ଅଭିନେତା ମୋହନ ଲାଲଙ୍କ ଫିଲ୍ମ ‘ମରକ୍କର’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି।
Powered by Froala Editor