ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ ହେବ ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଲିଭିବନି ୫୦ ବର୍ଷ ଧରି ପ୍ରଜ୍ବଳିତ ହୋଇ ଆସୁଥିବା ଅମର ଯବାନ ଜ୍ୟୋତି । ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ ହେବ । ଅମର ଯବାନ ଜ୍ୟୋତି ଲିଭିବା ନେଇ ବିବାଦ ସୃଷ୍ଟି ହେବା ପରେ ଏପରି କିଛି ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ଶହୀଦଙ୍କ ନାଁ ସ୍ଥାନ ପାଇଛି । ୧୯୭୧ ସମେତ ସବୁ ଯୁଦ୍ଧର ଶହୀଦଙ୍କ ନାଁ ଏଥିରେ ରହିଛି । ଏହା ହିଁ ଶହୀଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାର ଆହୁରି କହିଛନ୍ତି ଏହାକୁ ନେଇ ଅନେକଗୁଡିକ ଭୁଲ୍ ସୂଚନା ଦିଆଯାଉଛି । ଅଯଥା ଗୁଜବ ସୃଷ୍ଟି କରାଯାଉଛି । ୧୯୭୧ ମସିହାରେ ଅମର ଯବାନ ଜ୍ୟୋତିଙ୍କ ଜଳା ଯାଇଥିଲା । ଯୁଦ୍ଧରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଶହୀଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା । ୧୯୭୧ ଯୁଦ୍ଧରେ ଶହୀଦ ହୋଇଥିବା ଯବାନଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା । ଏଥିପାଇଁ ସେଠାରେ ଏହି ଜ୍ୟୋତିକୁ ଜଳିବା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ।
ଅମର ଯବାନ ଜ୍ୟୋତି ଲିଭିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଝି ପାରନ୍ତି ନାହିଁ ଟ୍ବିଟ କରି କେନ୍ଦ୍ରକୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ରାହୁଲ ଗାନ୍ଧୀ। ଏହା ବହୁତ ଦୁଃଖଦାୟକ । କିଛି କଥା ନାହିଁ ଆମେ ଆମ ଅମର ଯବାନଙ୍କ ପାଇଁ ପୁନଃର୍ବାର ଜ୍ୟୋତି ଜାଳିବୁ ବୋଲି କହିଛନ୍ତି ରାହୁଲ ।
Powered by Froala Editor