ଘାନାରେ ଭୟଙ୍କର ବିସ୍ଫୋରଣ : ୧୭ ମୃତ
![ଘାନାରେ ଭୟଙ୍କର ବିସ୍ଫୋରଣ : ୧୭ ମୃତ](https://odishanewslens.com/news_gallery/10023_1642747015.jpg)
ପଶ୍ଚିମ ଆଫ୍ରିକାର ଘାନାରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅତିକମରେ ୧୭ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୯ ଲୋକ ଆହତ ହୋଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଘାନାର ପଶ୍ଚିମ ଭାଗରେ ଏହି ବିସ୍ଫୋରଣ ହୋଇଛି। କୁହାଯାଉଛି କି ସୁନା ଖଣି ପାଇଁ ବିସ୍ଫାରକ ନେଇ ଯାଉଥିବା ଏକ ଟ୍ରକ ଗୋଟିଏ ବାଇକକୁ ଧକ୍କା ଦେବା ଫଳରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି । ପୋଲିସ ଘଟଣାର ପ୍ରାରମ୍ଭିକ ତଦନ୍ତ ଚଳାଇଛି। ବିସ୍ଫୋରଣ ଯୋଗୁଁ ଲୋକଙ୍କୁ ନିଜ ସୁରକ୍ଷା ପଇଁ ଘଟଣାସ୍ଥଳ ସ୍ଥାନରୁ ଅନ୍ୟ ସହରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଥିବା ବେଳେ ଏଥିରେ କେ ସତ୍ୟତା ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।
ଘାନା ରାଷ୍ଟ୍ରପତି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ଏବଂ ସମବେଦନା ଜଣାଇଛନ୍ତି।
Powered by Froala Editor