ଭାରତୀୟ ସେନା ପାଇଁ ସ୍ୱିଡେନରୁ ଆସିବ ଏଟି୪

ଭାରତୀୟ ସେନା ପାଇଁ ଆସିବ ସ୍ବିଡେନର ସାବ କମ୍ପାନି ଦ୍ବାରା ନିର୍ମିତ ସିଙ୍ଗଲ ସଟ୍ ଆଣ୍ଟି ଟ୍ୟାଙ୍କ ସିଷ୍ଟମ ( ଟ୍ୟାଙ୍କ ବିଧ୍ବଂସୀ ଅସ୍ତ୍ର) ଏଟି୪ । କେବଳ ଭାରତୀୟ ସେନା ନୁହେଁ, ଭାରତୀୟ ବାୟୁସେନା ବି ଏହାକୁ ବ୍ୟବହାର କରିବ । ଏଥିପାଇଁ କମ୍ପାନିକୁ ଭାରତୀୟ ସେନା ପକ୍ଷରୁ ଠିକା ପ୍ରଦାନ କରାଯାଇଛି । ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ବିଡିଂ ମାଧ୍ୟମରେ ଭାରତୀୟ ସେନା ଏଟି୪କୁ ଚୟନ କରାଯାଇଥିଲା । ଗୁରୁବାର ଅର୍ଥାତ ଜାନୁଆରି ୨୦ ତାରିଖରେ ଏହି ଅସ୍ତ୍ର ଯୋଗାଣ ପାଇଁ ଭାରତୀୟ ସେନା ଓ ସାବ୍ ମଧ୍ୟରେ ଚୁକ୍ତି ହୋଇଛି । ଏ ସମ୍ପର୍କରେ ସାବ ଓ୍ବେବସାଇଟରେ ସୂଚନା ଦିଆଯାଇଛି ।
ଏଟି4 ଦୁନିଆର ସବୁଠାରୁ ଘାତକ ଏଣ୍ଟି ଟ୍ୟାଙ୍କ ଯୁଦ୍ଧାସ୍ତ୍ର। ଏହାକୁ ସୈନିକମାନେ ବଙ୍କରରୁ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ୮୪ ଏମଏମ ବୋର ଥିବା ଏହି ଲଞ୍ଚର ଶତୃଙ୍କ ଟ୍ୟାଙ୍କକୁ ସହଜରେ ଧ୍ୱଂସ କରପାରିବ। ଏଟି4 ର ବିଶେଷତ୍ୱ ହେଉଛି ସୈନ୍ୟ ଅଭିଯାନ ବେଳେ ଯବାନମାନେ ଏହାକୁ ହାତରେ ରଖି ସହଜରେ ବ୍ୟବହାର କରିପାରିବେ। ଏହାର ଓଜନ ମାତ୍ର ୮ କିଲୋ ହୋଇଥିବା ବେଳେ ଏହା ୨୦ରୁ ୩୦୦ ମିଟର ପର୍ଯ୍ୟନ୍ତ ଶତୃଙ୍କର ଟ୍ୟାଙ୍କ, କୋଠାଘର, ହେଲିକପ୍ଟର, ଯୁଦ୍ଧାସ୍ତ୍ର ଥିବା ଗାଡ଼ି ଓ ନିର୍ଦ୍ଧିଷ୍ଟ ଲକ୍ଷ ସ୍ଥଳକୁ ଟାର୍ଗେଟ କରିପାରିବ। ଫ୍ରାନ୍ସ , ଲାତବିୟା ଓ ଆମେରିକା ଭଳି ଦେଶ ଏଟି4 ବା ଏଟି4ସିଏସର ବ୍ୟବହାର କରୁଛନ୍ତି।
Powered by Froala Editor