ପୁଣି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ଫେରିଲେ ଶାହାରୁଖ୍, ଫ୍ୟାନ୍ କହିଲେ ‘କିଙ୍ଗ ଖାନ୍ ବ୍ୟାକ୍’
ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ପୁଅ ଆର୍ଯ୍ୟନ୍ ଗିରଫ ହେବା ପରେ ସୋସିଆଲ୍ ମିଡିଆରୁ ଦୂରେଇ ଯାଇଥିଲେ ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ । ଦୀର୍ଘ ୪ ମାସ ପର୍ଯ୍ୟନ୍ତ ସେ କୌଣସି ଗୋଟିଏ ହେଲେ ପୋଷ୍ଟ କରିନଥିଲେ । ଏଥିପାଇଁ ତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକମାନେ ନିରାଶ ହେଉଥିଲେ । ଅନେଇ ବସିଥିଲେ କେବେ ପୁଣି ଫେରିବେ । ଏବେ ସବୁ ଅପେକ୍ଷାର ଅନ୍ତ ଘଟିଛି । ପୁଣି ଥରେ ସୋସିଆଲ୍ ମିଡିଆକୁ ଫେରିଛନ୍ତି ଶାହାରୁଖ୍ । ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି । ଆଉ ଏହାକୁ ପୋଷ୍ଟ କରିବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି । ତାଙ୍କର ଏହି ପୋଷ୍ଟରେ ଏ ପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ମନ୍ତବ୍ୟ ଦେଇଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି ‘କିଙ୍ଗ ଖାନ୍ ବ୍ୟାକ୍’ । ଅନ୍ୟ ଜଣେ ଲେଖିଛନ୍ତି, ‘ଶେଷରେ ଖାନସାବ ଆଇଡିର ପାସୱାର୍ଡ ମନେ ପକାଇଲେ ‘।
ଶାହାରୁଖ ଖାନ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ସହ ନଜର ଆସିଛନ୍ତି । ଶାହାରୁଖ ଖାନ ଏବଂ ଗୌରୀ ଏହି ଷ୍ଟାଇଲ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଶାହରୁଖ ପୂର୍ବରୁ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୨୦୨୧ରେ ଶେଷ ପୋଷ୍ଟ କରିଥିଲେ । ଏହାପରେ ଜାନୁଆରୀ ୧୯ରେ କିଙ୍ଗ ଖାନ୍ ପ୍ରଥମ ପୋଷ୍ଟ କରିଛନ୍ତି ।
Powered by Froala Editor