କୃତ୍ରିମ ଚନ୍ଦ୍ର ନିର୍ମାଣ କରୁଛି ଚୀନ
ବେଜିଂ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କୃତ୍ରିମ ସୂର୍ଯ୍ୟ ପରେ ଏବେ କୃତ୍ରିମ ଚନ୍ଦ୍ର ତିଆରି କରୁଛି ଚୀନ । କୃତ୍ରିମ ଚନ୍ଦ୍ରର ଆକାର ଦୁଇ ଫୁଟ ଗୋଲେଇ ହେବ । ପଥର ଓ ଧୂଳିରେ ପ୍ରସ୍ତୁତ କରାଯିବ ଚନ୍ଦ୍ରପୃଷ୍ଠ । ଏହା ଦ୍ୱାରା ପୃଥିବୀରେ ଚନ୍ଦ୍ରପୃଷ୍ଠର ଅବିକଳ ପରିବେଶ ପ୍ରଦର୍ଶନ କରିବା ଉଦ୍ୟମ ହେଉଥିବା ଚୀନର ବିଶେଷଜ୍ଞମାନେ କହିଛନ୍ତି ।
ଚୀନର ପୂର୍ବାଞ୍ଚଳ ପ୍ରଦେଶ ଜିଆଙ୍ଗସୁ ଅନ୍ତର୍ଗତ ସୁଝୋଇ ସହରସ୍ଥିତ ଏକ ଗବେଷଣାଗାରରେ ଏହି ଚନ୍ଦ୍ର ନିର୍ମାଣ କରାଯାଇଛି ।
ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ମାଧ୍ୟକର୍ଷଣ ଶକ୍ତିକୁ ଉଭାନ କରିଦିଆଯାଇଥିବା ଚାଇନା ୟୁନିଭର୍ସିଟି ଅଫ ମାଇନିଂ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକ ଲି ରୁଇଲିନ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଏହାର ପ୍ରଭାବ ସମ୍ପର୍କରେ ଏବେ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି । ରୁଷିଆ ଜନ୍ମିତ ନୋବୋଲ ପୁରସ୍କାର ବିଜୟୀ ପଦାର୍ଥ ବିଜ୍ଞାନୀ ଆଣ୍ଡ୍ରେ ଜିମଙ୍କ ଗବେଷଣା ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଦଳ କୃତ୍ରିମ ଚନ୍ଦ୍ର ନିର୍ମାଣ ଅଭିଯାନ ଚଳାଇଥିବା କହିଛନ୍ତି ରୁଇଲିନ ।
Powered by Froala Editor