ଆଜି ରାଜ୍ୟରେ ୭୦୭୧କରୋନା ପଜିଟିଭ୍
ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୭୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୭ହଜାର ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୨୮ଜଣ ରହିଥିବାବେଳେ ୨୯୪୩ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୭୦୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ , ଅନୁଗୁଳରୁ ୮୩, କଟକରୁ ୫୦୫, ବାଲେଶ୍ୱରରୁ ୧୯୮, ବରଗଡରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗୀରରୁ ୧୯୦, ବୌଦ୍ଧରୁ ୨୦, ଦେବଗଡରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୧୪୩, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୬୫, କେରାପୁଟରୁ ୧୦୬, ମାଲକାନାଗିରିରୁ ୬, ମୟୂରଭଞ୍ଜରୁ ୨୦୧, ନବରଙ୍ଗପୁରରୁ ୯୫, ନୟାଗଡରୁ ୩୫, ନୂଆପଡାରୁ ୨୬, ପୁରୀରୁ ୧୫୬, ରାୟଗଡାରୁ ୩୬, ସମ୍ବଲପୁରରୁ ୬୦୯, ସୋନପୁରରୁ ୬୧, ସୁନ୍ଦରଗଡରୁ ୧୧୪୭ଓ ରାଜ୍ୟପୁଲରୁ ୪୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮୨ହଜାର ୭୬୯କୁ ବୃଦ୍ଧି ପାଇଛି ।
Powered by Froala Editor