ଏମିତି ସଜାନ୍ତୁ ଘର, ଦୂର ହୋଇଯିବ ମାନସିକ ଚାପ

କାର୍ଯ୍ୟାଳୟରେ ଧାଁଧଉଡ, ନିରନ୍ତର କାମ ପରେ ଜଣେ ବ୍ୟକ୍ତି ନିଜ ଘରେ ହିଁ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେଇଥାଏ । ମନୋବିଶେଷଜ୍ଞଙ୍କ ମତରେ ଘର ଅବା ନିଜ କକ୍ଷକୁ ଏଭଳି ଭାବେ ସଜାନ୍ତୁ, ଯେପରି ସେଠାରେ ପହଞ୍ଚିଲେ ନିଜକୁ ଆତ୍ମ ସନ୍ତୋଷ ଲାଗିବ ।
ଧ୍ୟାନରେ ରଖିବେ ଯେ ଅନ୍ତତଃ ପୁରା ଘରକୁ ନ ହେଲେ ମଧ୍ୟ ନିଜ କକ୍ଷରେ ମନ ପସନ୍ଦର ରଙ୍ଗ ଲଗାନ୍ତୁ । ଈଷତ ଗୋଲାପୀ, ହଳଦୀ, ଧଳା, ନୀଳ ଇତ୍ୟାଦି ରଙ୍ଗ ଆଖିକୁ ମଧ୍ୟ ଆରାମ ଦେଇଥାଏ ।
ଘରର ପ୍ରତ୍ୟେକ ସ୍ଥାନରେ ଆସବାବପତ୍ର ନ ଖଞ୍ଜି ଖୋଲା ସ୍ଥାନ ମଧ୍ୟ ଛାଡ଼ନ୍ତୁ । ଘରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ଓ ପବନ ପ୍ରବେଶ କରିବା ମଧ୍ୟ ଆବଶ୍ୟକ । ଅନେକ ପରିସ୍ଥିତିରେ ଥଣ୍ଡା ପବନ ଶରୀର ସ୍ପର୍ଶ କଲେ ମଧ୍ୟ ମନକୁ ଶାନ୍ତି ଲାଗେ ।
ଏବେ ବଜାରରେ ବିଭିନ୍ନ ପ୍ରଜାତିର ଇନଡୋର ପ୍ଲାଣ୍ଟ ମିଳୁଛି । ଏସବୁକୁ ମଧ୍ୟ ଘର ଭିତରେ ଲଗାଇ ପାରିବେ । କାରଣ ସବୁଜ ରଙ୍ଗ ଦେଖିବାକୁ ଖୁବ ଭଲ ଲାଗିଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ।
ଦାମୀ, ଡିଜାଇନର ଖଟରେ ଯେ ଭଲ ନିଦ ହେବ, ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । ବରଂ ଆରାମ ଦେଲା ଭଳି ଖଟର ବ୍ୟବହାର କରିବା ଉଚିତ । କକ୍ଷରେ ଅଧିକ ଆଲୋକିତ କରୁଥିବା ବତି ନ ଲଗାଇ ବରଂ ହାଲକା ବତି ଲଗାଇବା ମଧ୍ୟ ମାନସିକ ଚାପକୁ ଅନେକାଂଶରେ କମ୍ କରିଥାଏ ।
Powered by Froala Editor