ଇଶା ଗୁପ୍ତା କୋଭିଡ୍ ପଜିଟିଭ୍

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ୍ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଅର୍ଜୁନ କପୁର, ଅନସୁଲା କପୁର, ରିୟା କପୁରଙ୍କ ପରେ ଏବେ ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ହେଲେ ଇଶା ଗୁପ୍ତା । ଏନେଇ ଇଶା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ଏକ ପୋଷ୍ଟ କରି ଇଶା ସୂଚନା ଦେଇଛନ୍ତି, ନିକଟରେ ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । କୋଭିଡ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ ନିଜକୁ ଘରେ ଆଇସୋଲେଟ୍ କରି ରଖିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରୁଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରେନା ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହିତ ସେ କହିଛନ୍ତି, ମୋର ମୋ ଉପରେ ବିଶ୍ୱାସ ଅଛି କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖୁବ୍ ଶୀଘ୍ର ଫେରିବି । ଦୟା କରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଓ ମାସ୍କ ପିନ୍ଧନ୍ତୁ ।
Powered by Froala Editor