ମେ ୧୫ ଯାଏ ମନ୍ଦିର ବନ୍ଦ, କେଉଁଠି ଜାଣନ୍ତୁ

ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ମେ ୧୫ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ଘୋଷଣା କରିଛି ।ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚକୁ ବନ୍ଦ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଏଠାରେ କେବଳ ନୀତିକାନ୍ତି ସ୍ୱାଭାବିକ ହେବ । କିନ୍ତୁ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଛି । ସୂଚନା ଯୋଗ୍ୟ ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲିଠାରୁ ମେ ୧୫ ଯାଏ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହ ଉପରେ ରୋକ ଲଗାଯାଇଛି । ସେହିଭଳି ମହୋଦଧିରେ ଅସ୍ଥି ବିସର୍ଜନ ବନ୍ଦ କରାଯାଇଛି । ଜିଲ୍ଲା ଭିତର ଲୋକେ ଶବଦାହ ପୂର୍ବରୁ ଜିଲ୍ଲାବାସୀ ବୋଲି ପ୍ରମାଣପତ୍ର ସହ ମୃତକଙ୍କ ସମ୍ପର୍କରେ ଡାକ୍ତରୀ ରିପୋର୍ଟ ଆଣିବାକୁ କୁହାଯାଇଛି । ଘରେ ଯଦି କାହାରି ମୃତୁ୍ୟ ହୋଇଥାଏ, ତେବେ ଗାଁ କମିଟି, ଗାଁ ମୁରବି ଅବା ସରପଞ୍ଚଙ୍କଠାରୁ ଲିଖିତ ପତ୍ର ଆଣିବାକୁ କୁହାଯାଇଛି । ସେପଟେ ବ୍ଲୁ ଫ୍ଲାଗ ବିଚ, ନୀଳାଦି୍ର ମହୋଦୟ ବିଚ ସହ ଜିଲ୍ଲାର ସମସ୍ତ ପାର୍କକୁ ବି ବନ୍ଦ ଘୋଷଣା କରାଯାଇଛି ।
Powered by Froala Editor