ୱାର୍ଡମେମ୍ବରଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ
ମୁଣ୍ଡ ଗଣ୍ଡି ଅଲଗା କରି ଗାଁ ମଣ୍ଡପରେ ପକାଇଦେଲେ ଦୁର୍ବୃତ୍ତ । ଏ ବୀଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ ପଞ୍ଚାୟତର ନମୀଚିରା ଗାଁରେ ଘଟିଛି । ମୃତ ଯୁବକ ସ୍ଥାନୀୟ କଙ୍କଡାହାଡ଼ ଗ୍ରାମର ବିଜୁ ବେହେରା ବୋଲି ଜଣାପଡିଛି । ବିଜୁ ବେହେରା କଙ୍କଡାହାଡ଼ ୱାର୍ଡ ନଂ ୪ର ୱାର୍ଡ ମେମ୍ବର ଥିଲେ । କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ବେକକୁ ଅତି ନୃଶଂସ ଭାବେ ହାଣିଥିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି । ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ବେଳେ ପୂର୍ବ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ସୂଚନା ଯେ, ଆଜି ସନ୍ଧ୍ୟାରେ ବିଜୁ ନମୀଚିରା ଗାଁ ନିକଟରେ ଥିବା ତାଙ୍କର ଧାନ ଜମିକୁ ଜଗିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛନ୍ତି ତାହା ସଠିକ ଜଣାପଡିନାହିଁ । ସଦର ପୁଲିସ ପହଂଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
Powered by Froala Editor