ଦ୍ରାବିଡଙ୍କ ସୂଚନା: ତୃତୀୟ ଟେଷ୍ଟକୁ ଫେରିପାରନ୍ତି କୋହଲି
ନୂଆଦିଲ୍ଲୀ: କୋହଲିଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ଖୁବ୍ଶୀଘ୍ର ପୁଣି ପଡ଼ିଆକୁ ଓହ୍ଲାଇବେ ବିରାଟ । ତୃତୀୟ ଟେଷ୍ଟରେ ସେ ଖେଳିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ।
ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ ବିରାଟ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଠିକ୍ ହେଉଛି । ତେଣୁ ମଙ୍ଗଳବାରଠାରୁ କେପ୍ଟାଉନ୍ରେ ଆରମ୍ଭ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଫେରିବାର ସମ୍ଭାବନା ରହିଛି । ଏବେ କୋହଲି ନେଟ୍କୁ ଫେରି ଅଭ୍ୟାସ କରିଛନ୍ତି । ଆଉ କିଛିଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିବା ଦ୍ରାବିଡ କହିଛନ୍ତି ।
Powered by Froala Editor