ପୁଣି ମାଡିଲା କୋରୋନା, ଭିସୁଟରେ ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ
ସମ୍ବଲପୁର:ରାଜ୍ୟରେ ପୁଣି ମାଡିଲା କୋରୋନା । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ଲଗାତାର ଦୈନିକ ସଂକ୍ରମଣ ଲମ୍ଫ ମାରୁଥିବା ବେଳେ ଆଜି ୩ ହଜାର ମୁହାଁ ହୋଇଛି ।
ଏହାରି ଭିତରେ ଭିସୁଟରେ ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ କଲେଜ୍ କର୍ତ୍ତୁପକ୍ଷ ନିଷ୍ପତି ନେଇଛନ୍ତି । ଭିସୁଟ୍ରେ କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ହେତୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ଅଙ୍ଗିରା ଛାତ୍ରାବାସରେ ଆଇସୋଲେସନ୍ରେ ରଖାଯାଇଛି ଏବଂ ନେଗେଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତୀଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲକ୍ଷାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୨୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସବୁ ଜିଲ୍ଲା ରେ ବ୍ୟାପକ କଟକଣାମାନ କଡ଼ାକଡ଼ି କରାଯାଇଛି ।
Powered by Froala Editor