ଥମୁନି ସୁମିତ ତପସ୍ୱିନୀ ବିବାଦ, ମଧ୍ୟରାତ୍ରିରେ ଘର ଛାଡିଲେ ତପସ୍ୱିନୀଙ୍କ ଶ୍ୱଶୁର
ବ୍ରହ୍ମପୁର: କୋର୍ଟଙ୍କ ରାୟ ପରେ ମଧ୍ୟ ଥମୁନି ସୁମିତ ତପସ୍ୱିନୀ ବିବାଦ । ୪୦ଦିନରୁ ଉଦ୍ଧ୍ୱର୍ ସମୟ ଧରି ଶ୍ୱଶୁର ଘର ନିକଟରେ ଧାରଣା ଦେବା ସହ କୋର୍ଟରେ ଲଢେଇ ପରେ ଗତକାଲି ରାତିରେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପ୍ରବେଶ କରିଥିଲେ । ତପସ୍ୱିନୀ ପ୍ରବେଶ କରିବା ପରେ ମଧ୍ୟରାତ୍ରିରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡି କୁଆଡେ ଚାଲିଯାଇଥାନ୍ତି ।
ଘର ଛାଡି ଚାଲିଯିବା ସହିତ ଭିଡିଓ ଜାରି କରି ଦୁଃଖ ପ୍ରକାଶ କଲେ ସୁମିତଙ୍କ ବାପା ପ୍ରମୋଦ ସାହୁ । ଏହି ଭିଡିଓରେ ସେ କହିଛନ୍ତି ଯେ, କୋର୍ଟଙ୍କ ରାୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଏନେଇ ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା । ବାଧ୍ୟତାମୂଳକ ଭାବେ ତପସ୍ୱିନୀଙ୍କୁ ଘରେ ପଶେଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରମୋଦ । କିଛି ଚାପର ବଶବର୍ତ୍ତୀ ହୋଇ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ପଶାଇ ରଖିଦେଲେ ଓ ତପସ୍ୱିନୀ ଘରେ ରହିଥିବା ଯୋଗୁଁ ନିଜକୁ ସୁରକ୍ଷିତ ମନେ କରିପାରିଲେ ନାହିଁ ବୋଲି ସେ କହିଛନ୍ତି ।
ପୂର୍ବରୁ ଡିମ୍ପଲ ତାଙ୍କ ବିରୋଧରେ ବିଭିନ୍ନ ମିଛ ଅଭିଯୋଗ ଆଣିଛନ୍ତି । ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଛନ୍ତି ଏସବୁକୁ ଦେଖି ସେ ଘର ଛାଡ଼ିଥିବା କହିଛନ୍ତି । ହେଲେ ସେ କେଉଁଠି ରହିବେ ତାହାକୁ ସ୍ପଷ୍ଟ କରି ନ ଥିବା ବେଳେ ଭବିଷ୍ୟତରେ ଘରକୁ ଫେରିବେ ବୋଲି କହିଥିବା ସୂଚନା ମିଳିଛି ।
Powered by Froala Editor