ବାଲାଜୀଙ୍କ ପାଖରେ ଗୋଟିଏ ନଡିଆ ଚଢ଼ାନ୍ତୁ ସବୁ ଠିକ ହୋଇଯିବ , କିଏ କହିଲେ ଜାଣନ୍ତୁ?

ଯୋଧପୁର: ରାଜସ୍ଥାନର ଯୋଧପୁର ଆସନରୁ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖୱତ ଜଣେ କରୋନା ରୋଗୀଙ୍କ ପରିବାର ଲୋକଙ୍କୁ ଦେଇଥିବା ପରାମର୍ଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶେଖାୱତ ସୋମବାର ଯୋଧପୁର ସହର ସ୍ଥିତ ଏକ କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ଜଣେ କରୋନା ରୋଗୀଙ୍କ ପରିବାର ଲୋକ ତାଙ୍କ ସହାୟତା ମାଗିଥିଳେ । ତା ପରେ ଶେଖୱତ କହିଥିଲେ ଯେ ଡାକ୍ତରମାନେ ନିଜ କାମ କରୁଛନ୍ତି । ଆପଣ ଖାଲି ବାଲାଜୀଙ୍କ ପାଖରେ ଗୋଟାଏ ନଡ଼ିଆ ଚଢେ଼ଇ ଦିଅନ୍ତୁ । ସବୁ ଠିକ ହୋଇଯିବ । ଏତିକି କହି ସେ ସେଠାରୁ ପଳାଇଥିଲେ ।
Powered by Froala Editor