ଓମିକ୍ରନ, ସଂକ୍ରମିତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଲାଣି କରୋନା ଗ୍ରାଫ । ଆଜି ଦେଶରେ ୫୦ହଜାର ପାର କରିଛି କରୋନା ସଂକ୍ରମଣ । ଏହା ସହିତ ଦେଶରେ ଅଣାୟତ୍ତ ହେବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନର ତାଣ୍ଡବ ଆରମ୍ଭ ହେବା ଫଳରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି । ବର୍ତ୍ତମାନ ଓମିକ୍ରନ ଦେଶର ୨୪ଟି ଦେଶ ଓ କେନ୍ଦ୍ରଶସିତ ଅଂଚଳରେ ଓମିକ୍ରନ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୧୫୩କୁ ଛୁଇଁଛି ।
ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ରହିଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଛି । ଏହା ସହିତ କେରଳରେ ୧୮୫, ରାଜସ୍ଥାନରେ ୧୭୪, ଗୁଜୁରାଟରେ ୧୫୪,ତାମିଲନାଡୁରେ ୧୨୧, ତେଲେଙ୍ଗାନାରେ ୮୪, କର୍ଣ୍ଣାଟକରେ ୭୭, ହରିଆଣାରେ ୭୧, ଓଡିଶାରେ୩୭, ଉତ୍ତରପ୍ରଦେଶରେ ୩୧, ଆନ୍ଧ୍ରପ୍ରଦେଶରେ୨୪, ପଶ୍ଚିମବଙ୍ଗରେ ୨୦, ମଧ୍ୟପ୍ରଦେଶରେ ୯, ଉତ୍ତରାଖଣ୍ଟରେ ୮, ଗୋଆରେ ୫, ମେଘାଳୟରେ ୫, ଜମ୍ମୁ କାଶ୍ମୀରରେ ୩, ଚଣ୍ଡିଗଡରେ ୩, ଆଣ୍ଡାମାନ ନିକୋବରରେ ୨, ପଞ୍ଜାବରେ ୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଓ ମଣିପୁରରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏହି ସମୟ ମଧ୍ୟରେ ୮୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
Powered by Froala Editor