୨୦୨୨ ର ପ୍ରଥମ କ୍ୟାବିନେଟ ବୈଠକ ବସିବ ଆଜି
ଭୁବନେଶ୍ୱର: ୨୦୨୨ ର ପ୍ରଥମ କ୍ୟାବିନେଟ ବୈଠକ ବସିବ ବୁଧବାର । ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆଜି ୧୧ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟରେ କେତେକ ମେଗା ପ୍ରକଳ୍ପ ବା ଯୋଜନାରେ ମୋହର ବାଜିପାରେ । କୃଷି, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ।
Powered by Froala Editor