ମହାପ୍ରଭୁଙ୍କୁ ଦର୍ଶନ କରି ଖୁସି ଅଛନ୍ତି ସୁନିଲ ବଂଶଲ
ପୁରୀ: ଆଜି ପୋଲିସ୍ ମହାନିଦେ୍ର୍ଧଶକ ସୁନୀଲ ବଂଶଲ ତାଙ୍କ ସ୍ତ୍ରୀ’ଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛାଥିଲା ଓ ଆଜି ସେ ଇଚ୍ଛା ପୂରଣ ହେଲା । ସେ ମହାପ୍ରଭୁଙ୍କୁ ଦର୍ଶନ କରି ଓଡିଶାବାସୀଙ୍କ ସୁଖ ସମୃଦ୍ଧି କାମନା କଲେ ବୋଲି କହିଛନ୍ତି ।
ଏହା ସହିତ ନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ସେଲ୍ ଗଠନ ହୋଇଛି ଓ ଅପରାଧ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।
Powered by Froala Editor