ମଲା ମା’ର ମୁହଁକୁ ଚାହିଁଲେନି ପୁଅ : କୋକେଇ କାନ୍ଧେଇଲେ ୪ ଝିଅ
ଜନ୍ମକଲା ମାଆକୁ ପଚାରୁନଥିଲେ ପୁଅ । ଏମିତିକି ମରିଗଲା ପରେ ବି ଚାରି କାନ୍ଧ ଦେବାକୁ ଆସିଲେନି । ଶେଷରେ ୪ ଝିଅ ମା’କୁ କାନ୍ଧରେ ବୋହି ସ୍ୱର୍ଗଦ୍ୱାରକୁ ନେଇଛନ୍ତି । ଏବଂ ସମ୍ପର୍କୀୟ ମୁଖାଗ୍ନୀ ଦେଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ।
ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟ ଜଟି ସାହୁଙ୍କର ଦୁଇ ପୁଅ ଅଛନ୍ତି। ବଞ୍ଚିଥିବା ବେଳେ କେହି ତାଙ୍କୁ ଖାଇବାକୁ ଦିମୁଠା ଦେଉନଥିଲେ କି ପଚାରୁ ନଥିଲେ। ନୂଆ ବର୍ଷରେ ଜଟି ସାହୁଙ୍କର ଦେହାନ୍ତ ବର ପାଇବା ପରେ ମଧ୍ୟ ଘରକୁ ଆସିବାକୁ ଉଚିତ୍ ମନେ କଲେନି ।
ଶେଷରେ ସାହି ବାସିନ୍ଦା ମାନେ ବୃଦ୍ଧାଙ୍କର ଚାରି ଝିଅଙ୍କୁ ଡାକିଥିଲେ। ଚାରି ଝିଅ ସତୀମଣି, ସୁଶୀଳା, ପ୍ରମିଳା ଓ ସରସ୍ୱତୀ କାନ୍ଧ ଦେଇ ୪ କିଲୋମିଟର ଚାଲି ଚାଲି ମାକୁ ସ୍ୱର୍ଗଦ୍ୱାର ନେଇଥିଲେ। ସେଠାରେ ମା’ର ଅନ୍ତିମ ସଂସ୍କାର କରାଇଥିଲେ। ଚାରି ଝିଅ, ଜ୍ୱାଇଁ, ନାତି ଓ ସାହି ଲୋକେ ମିଶି ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି । ଜଟିଙ୍କ ଦିଅର କୁଞ୍ଜ ମୁଖାଗ୍ନୀ ଦେଇଥିଲେ । ଦୁଇ ପୁଅଙ୍କ ବିନା ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ସେମାନଙ୍କ ବିନା ମା’ର ଦଶାହ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ଝିଅ । ଏଭଳି ବିବେକହୀନ କଥା ଶୁଣି ଲୋକମାନେ ଦୁଇ ପୁଅଙ୍କୁ ନିନ୍ଦା କରିଛନ୍ତି । ଏଭଳି ପୁଅ ଥିବାଠୁ ନଥିବା ଭଲ ବୋଲି କହିଛନ୍ତି ।
Powered by Froala Editor