ଜର୍ମାନୀରୁ ଗିରଫ ହେଲା ଯଶବିନ୍ଦର, ଲୁଧିଆନା କୋର୍ଟରେ ବିସ୍ଫୋରଣ କରିଥିଲା

ଗୁରୁବାର ପଞ୍ଜାବସ୍ଥିତ ଲୁଧିଆନା କୋର୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନୀକୁ ଜର୍ମାନୀରୁ ଗିରଫ କରାଯାଇଛି । ଗିରଫ ପରେ ଯଶବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନୀରେ ହିଁ ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଲୁଧିଆନା କୋର୍ଟ ବିସ୍ଫୋରଣ ପଛରେ ଏସଏଫଜେ ବା (ଶିଖ୍ ଫର୍ ଜଷ୍ଟିସ୍ ) ଆତଙ୍କବାଦୀ ସଂଗଠନ ଷଡ଼ଯନ୍ତ୍ର ରଚିଥିଲା । ଯଶବିନ୍ଦର ଲୁଧିଆନା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ବି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚିଥିଲା । ଦିଲ୍ଲୀ, ମୁମ୍ବାଇରେ ଆତଙ୍କବାଦ ଆକ୍ରମଣ ପୂର୍ବରୁ ଜଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି ।
ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ଯଶବିନ୍ଦର ପାକିସ୍ତାନ କିମ୍ବା ଜର୍ମାନୀରେ ରହୁଥିବା ଜଣାପଡ଼ିଥିଲା । ଶିଖ୍ ଫର ଜଷ୍ଟିସ୍ ହେଉଛି ଭାରତର ଏକ ଆତଙ୍କବାଦୀ ଗୋଷ୍ଠୀ । ବାବର ଖାଲସାର ଆତଙ୍କବାଦୀ ହରବିନ୍ଦର ସିଂ ସାନ୍ଧୁ ଏବଂ ଲୁଧିଆନା ବିସ୍ଫୋରଣରେ ସମ୍ପୃକ୍ତ ଥିବା SFJର ବରିଷ୍ଠ ସଦସ୍ୟ ଜଶବିନ୍ଦର ସିଂ ବିଷୟରେ ପୂର୍ବରୁ ଗୁଇନ୍ଦା ସତର୍କ ସୂଚନା ଦେଇଥିଲା । ଯଶବିନ୍ଦର ସିଂ ମୁଲତାନୀ ପଞ୍ଜାବର ହୋଶିଆରପୁରର ମୁକେରିଆର ବାସିନ୍ଦା। ସେ ୧୯୭୬ମସିହାରେ ଜନ୍ମଗ୍ରହଣ କରିଥିଲା। କୁହାଯାଉଛି ଯେ ମୁଲତାନୀର ଦୁଇ ଭାଇ ଅଛନ୍ତି ଏବଂ ଉଭୟ ଜର୍ମାନୀରେ ଏକ ଦୋକାନ ଚଳାଉଛନ୍ତି।
Powered by Froala Editor