Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ...

  • ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ...

  • ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ...

  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ...

  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ...

  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ...

  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ...

  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ...

Home ›› ››ଟୀକାକରଣ ତ୍ବରାନ୍ବିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଟୀକାକରଣ ତ୍ବରାନ୍ବିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

2021-12-28 01:28:13
13849
Share:
Facebook
Twitter
E-Mail
WhatsApp
Telegram
ଟୀକାକରଣ ତ୍ବରାନ୍ବିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ


ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


   

 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ପୃଥିବୀରେ ଓମିକ୍ରନ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ  ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।


    

ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି


•    ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ ।


•    ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ବାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ 



•    ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।


•    ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା,  ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ ।



•    ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ ।


•    ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।

•    ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।


    

ନୂଆ ଭାରିଏଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  


   

 ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।


    

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡ ଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି ।


    

ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ବୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


    

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।


  

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ ଶର୍ମା ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍‌ସିଜେନ ପାଇଁ ୮୨ଟି PSA Plant ଓ ୧୫ଟି LMO Plant  କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍‌ସିଜେନ୍‌ର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ସେହିପରି କୋଭିଡ ହସ୍‌ପିଟାଲ ଗୁଡିକରେ ୬୬୮୪ଟି ବେଡ ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ବେଡ୍‌ ପ୍ରସ୍ତୁତ ହୋଇ ରହିଛି ।

    

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଉପସ୍ଥାପନା ରଖି ସେ କହିଥିଲେ ଯେ ଏହି ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍‌ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍‌ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇ ଦେବେ ବୋଲି ସେ କହିଥିଲେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ କହିଥିଲେ ।  


    

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋଭିଡ ପ୍ରୋଟୋକଲ୍‌ ଅନୁପାଳନ ପାଇଁ  ପୋଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।


    

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି,  ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ  କାର୍ଡ ଦେବା ପାଇଁ ସେ କହିଥିଲେ ।


    

ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନେ ଯୋଗ ଦେଇଥିଲେ ।

Powered by Froala Editor

Tags Chief Minister Odisha , Naveen Patnaik

Related articles Odisha News Lens 4.1

  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....

    14026
    Mar 31, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ
    ବିଶେଷ

    ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15344
    Mar 31, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ,  କଡ଼ା ଭାଷାରେ ନିନ୍ଦା ...
    ଦେଶ-ଦେଶାନ୍ତର

    ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା ...

    14469
    Mar 30, 2026
  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ

    15513
    Mar 30, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ
    ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15030
    Mar 30, 2026
  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା
    ଦେଶ-ଦେଶାନ୍ତର

    ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    14036
    Mar 30, 2026
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

    14696
    Mar 30, 2026
  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌
    ଦେଶ-ଦେଶାନ୍ତର

    ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌

    13490
    Mar 30, 2026
  • ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ
    ଦେଶ-ଦେଶାନ୍ତର

    ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

    13857
    Mar 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15344
    Mar 31, 2026
  • ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15030
    Mar 30, 2026
  • ଦେଶ-ଦେଶାନ୍ତର

    ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି

    15381
    Mar 31, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17390
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17455
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17804
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16276
    Apr 03, 2021

ବିଶେଷ

  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15344
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15030
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16103
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15371
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15482
    Mar 25, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15032
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15538
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13833
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14273
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

    13857
    Mar 31, 2026
  • ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି

    15381
    Mar 31, 2026
  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....

    14026
    Mar 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In