ରାଜଧାନୀରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଏହାରି ମଧ୍ୟରେ ନିଷ୍ପତ୍ତି ନେଇଛନ୍ତି ଯେ, ରାଜଧାନୀରେ ସୋମବାର ରାତି ୧୧ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ସୂଚନାଯୋଗ୍ୟ, ଦିଲ୍ଲୀରେ ଏପର୍ୟ୍ୟନ୍ତ ୭୯ ଜଣ ଲୋକ ଓମିକ୍ରନ୍ ଚିହ୍ନଟ ହୋଇସାରିଛନ୍ତି।
ଦିଲ୍ଲୀର ସ୍ବାସ୍ଥ୍ୟ ବିଭାଗର ଅନୁସାରେ ଦିଲ୍ଲୀରେ ଦିନକ ମଧ୍ୟରେ ୨୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ପଜିଟିଭ ରେଟ ବଢ଼ି ୦.୫୫ ପ୍ରତିଶତ ହୋଇଯାଇଛି। ଏଥି ସହିତ ଦିଲ୍ଲୀରେ ମୋଟ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୪୩ ହଜାର ୩୫୨ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୨୫ ହଜାର ୧୦୫କୁ ବୃଦ୍ଧି ହୋଇଛି। ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩। ଏଥିରୁ ଗୃହ ସଂଗରୋଧରେ ୫୮୩ ଜଣ ଅଛନ୍ତି। ଓମିକ୍ରନ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
Powered by Froala Editor