ଅଜବ ନିୟମ: ଛାତ୍ରୀଙ୍କ ଖାଇବା ଠାରୁ ପୋଷାକ ଓ ଅନ୍ତଃବସ୍ତ୍ର ରଙ୍ଗ ସବୁକିଛି ସ୍ଥିର କରିଥାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ଜାଣନ୍ତୁ କେଉଁଠି...
କେମିତି ପିନ୍ଧିବେ? କ’ଣ ପିନ୍ଧିବେ? କେଉଁ ରଙ୍ଗ ପିନ୍ଧିବେ? କ’ଣ ଖାଇବେ? ଏମିତି ସବୁକିଛି ସ୍ଥିର କରିଥାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଏମିତିକି ଅନ୍ତଃବସ୍ତ୍ର ରଙ୍ଗ ବି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା ? ମାତ୍ର ଘଟଣା ସତ୍ୟ । ଏଭଳି ଅଜଣ ନୀତି ରହିଛି ଜାପାନର କିଛି ବିଦ୍ୟାଳୟରେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜାପାନର କେତେକ ବିଦ୍ୟାଳୟରେ ଛାତ୍ରୀମାନେ ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ, ଜୋତା, ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥାନ୍ତି । ଖାଲି ଏତିକି ନୁହେଁ, ବିଦ୍ୟାଳୟଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନ ଥାଏ । ପିଲାମାନେ ହିଁ ସେମାନଙ୍କ ଶ୍ରେଣୀଗୃହ ସଫା କରନ୍ତି । ଶିକ୍ଷକମାନେ ସେମାନଙ୍କୁ ସହଯୋଗ କରିଥାନ୍ତି ।
କେବଳ ସେତିକି ନୁହେଁ, ଆହୁରି ଏମିତି କିଛି ନିୟମ ରହିଛି ଯାହା ଆପଣଙ୍କ ମୁଣ୍ଡ ଘୂରାଇ ଦେବ । ପିଲାମାନଙ୍କ ଖାଇବା ପିଇବା ପାଇଁ ଅନେକ ନିୟମ କରାଯାଇଛି । ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ବସି ମଧ୍ୟାହ୍ନଭୋଜନ କରନ୍ତି । ଶିକ୍ଷକମାନେ ସେଠାରେ ପିଲାମାନଙ୍କ ସହିତ ମିଶି ଖାଆନ୍ତି । ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଇଁ ସେମାନଙ୍କ ପ୍ଲେଟ ଏବଂ ମ୍ୟାଟ ଘରୁ ଆଣନ୍ତି । ଖାଇବା ପରେ ସମସ୍ତେ ନିଜ ନିଜର ପ୍ଲେଟ ସଫା କରିବାକୁ ପଡ଼ିଥାଏ ।
ଝିଅମାନଙ୍କ ପାଇଁ ଏହି ନିୟମ ତାଲିକା ଆହୁରି କଡ଼ାକଡ଼ି । ସେମାନଙ୍କୁ ଲମ୍ବା କେଶ, ଅଳଙ୍କାର ଏବଂ ମେକଅପ୍ ପ୍ରତି ବାରଣ ରହିଛି । ପୁଅମାନଙ୍କୁ ପ୍ରତିଦିନ ସଞ୍ଚୟ କରିବାର ନିୟମ ରଖାଯାଇଛି । କୌଣସି ପିଲା ସେମାନଙ୍କ କେଶ ରଙ୍ଗ କରିପାରିବେ ନାହିଁ ।
କୌଣସି ପିଲା ଶୀତଦିନେ ସ୍କୁଲ ୟୁନିଫର୍ମ ସହିତ ରଙ୍ଗୀନ ଜ୍ୟାକେଟ କିମ୍ବା ସ୍ୱେଟର୍ ପିନ୍ଧି ପାରିବେ ନାହିଁ । ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ସ୍ୱେଟର ପିନ୍ଧିବାକୁ ଅନୁମତି ଦିଆଯାଇଛି । ଏମିତି କଡ଼ା କଟକଣାକୁ ସମସ୍ତ ଛାତ୍ରଛାତ୍ରୀ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଅଭିଭାବକମାନେ ମଧ୍ୟ ଏହି ନିୟମ ଉପରେ କୌଣସି ଆପତ୍ତି ଉଠାଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
Powered by Froala Editor