ରାଜ୍ୟରେ ୧୧୨ ନୂଆ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ୍କୁ ନେଇ ଡ଼ର ବଢୁଥିବା ବେଳେ କରୋନା ସଂକ୍ରମଣ କମିବା ଆଶ୍ୱସ୍ତି ଦେଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୮୮୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୮୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୩୭୮୨ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor