୩୨ ବର୍ଷ ସେବା ଯୋଗାଇ ବିଦାୟ ନେଲା ଆଇଏନଏସ ଖୁଖରୀ
୩୨ ବର୍ଷ ସେବା ଯୋଗାଇବା ପରେ ଭାରତୀୟ ନୌସେନାକୁ ଅଲବିଦା କରିଛି ଆଇଏନଏସ ଖୁଖରୀ । ଏହାର ବିଦାୟୀ ଉତ୍ସବ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାହାଜରୁ ଜାତୀୟ ପତାକା ଓ ଡିକମିଶନିଂ ପେନେଣ୍ଟ କୋଷ ସୂର୍ଯ୍ୟାସ୍ତରେ ଓହ୍ଲାଇ ଦିଆଯାଇଥିଲା।
ଆଇଏନଏସ ଖୁଖରୀ ଭାରତର ପ୍ରଥମ ସ୍ୱଦେଶୀ ମିଜାଇଲ କାର୍ବେଟ୍ ଜାହାଜ ଥିଲା। ୨୩ ଅଗଷ୍ଟ ୧୯୮୯ରେ କାର୍ବେଟକୁ ମଝଗାଓଁ ଡକ ଶିପ୍ ବିଲ୍ଡର୍ସ ନିର୍ମାଣ କରିଥିଲେ। ଏହା ଏକମାତ୍ର ଯୁଦ୍ଧତରୀ ଯାହା ଉଭୟ ଇଷ୍ଟର୍ଣ୍ଣ ଏବଂ ୱେଷ୍ଟର୍ଣ୍ଣ ଫ୍ଲିଟ୍ର ଅଂଶ ଥିଲା। ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ କେ.ସି.ପନ୍ଥ ମୁମ୍ବାଇରେ ଆଇଏନଏସ ଖୁଖରୀକୁ ନୌସେନାରେ ସାମିଲ କରିଥିଲେ। ଜାହାଜକୁ ୨୮ ଜଣ କମାଣ୍ଡିଂ ଅଫିସର କମାଣ୍ଡ କରିଥିବା ବେଳେ ମୋଟ ୬,୪୪୮୯୭ ସମୁଦ୍ର ନଟିକାଲ ମାଇଲ ଯାତ୍ରା କରିଛି। ଯାହା ବିଶ୍ୱକୁ ୩୦ଥର ପରିକ୍ରମା କରିବା ସହ ସମାନ ବୋଲି ନୌସେନା ପକ୍ଷରୁ କୁହାଯାଇଛି। ଆଇଏନଏସ୍ ଖୁଖରୀ ସମୁଦ୍ରରେ ଯେତିକି ପଥ ଅତିକ୍ରମ କରିଛି ଏହା ଚନ୍ଦ୍ର ଓ ପୃଥିବୀର ଦୂରତାରୁ ବି ୩ ଗୁଣାରୁ ଅଧିକ। ସୂଚନାଯେ, ନୌସେନାର ଏହି ଜାହାଜକୁ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟ ନାମରେ ଅର୍ପିତ କରାଯାଇଥିଲା।
Powered by Froala Editor